ଭିକ ନୁହେଁ : ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଆମର ହକ୍

Arun Sahu in front of Odisha Nivas on 11th June.ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଓଡିଶାର ହକ୍। ଆମେ ଭିକ ମାଗୁନୁ । କେନ୍ଦ୍ରର ପକ୍ଷପାତିତାକୁ ବିରୋଧକରୁଛୁ । ଓଡିଶାର ଦାବୀକୁ ଅଣଦେଖା କରିବା ସଙ୍ଘିୟ ବ୍ୟବସ୍ଥାର ପରିପନ୍ଥୀ । ଓଡିଶା ବହୁ ବର୍ଷ ଧରି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ଆସୁଛି । ଆମର ଦାବି ଯୁକ୍ତିଯୁକ୍ତ ଓ ଯଥାର୍ଥ । ପ୍ରଚଳିତ ବ୍ୟବସ୍ଥାରେ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଇପାରିବ । ଓଡିଶା ପ୍ରାୟ ସମସ୍ତ ସର୍ତ୍ତ ପୂରଣ କରିଛି । ଓଡିଶା ପ୍ରତି ଐତିହାସିକ ଅବହେଳା ର ପ୍ରତିବାଦ କରିବାକୁ ଓ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ଦିଲ୍ଲୀର ରାମଲୀଳା ମଇଦାନରେ ସ୍ଵାଭିମାନ ସମାବେଶ ହେବ ।

ଏଥିରେ ୨୫/୩୦ହଜାର ଓଡିଆ ଯୋଗଦେବେ । ପ୍ରାୟ ଏକ କୋଟି ରୁ ଉର୍ଦ୍ଧ୍ଵ ଓଡିଆଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ମାନ୍ୟବର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ ବୋଲି କନଷ୍ଟିଚ୍ୟୁସନ୍ କ୍ଲବ୍ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ପାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କଳ୍ପତରୁ ଦାସ,ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର,ମନ୍ତ୍ରୀ ଶ୍ରୀ ବିଜୟଶ୍ରୀ ରାଉତରାୟ,ସାଂସଦ ବୈଜୟନ୍ତ ପଣ୍ଡା,ସାଂସଦ କଳିକେଶ ସିଂହଦେଓ , ସରକାରୀ ମୁଖ୍ୟ ସଚେତକ ପ୍ରଭାତ ତ୍ରିପାଠୀ, ଉପମୁଖ୍ୟ ସଚେତକ ସଞ୍ଜୟ ଦାସବର୍ମା ସ୍ଵାଭିମାନ ସମାବେଶ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କେନ୍ଦ୍ର ସରକାର ରାଜନୈତିକ କାରଣରୁ ଓଡିଶା ପ୍ରତି ଅନ୍ୟାୟ କରୁଛି । କେନ୍ଦ୍ରର ଓଡିଶା ପ୍ରତି ବୈମାତୃକ ଆଚରଣ ଅସହ୍ୟ ହେଲାଣି ।

ଗତବର୍ଷ ରେଳବାଇ ରୁ ୧୪,୦୦୦କୋଟି ଟଙ୍କା ଆଯ କରିଥିବା ବେଳେ ଓଡିଶା ପାଇଁ ବ୍ୟୟବରାଦ ମାତ୍ର ଏକ ହଜାର କୋଟିରୁ କମ୍ । ଏହା ସହିତ ଖଣିଜ ରୟାଲିଟି ସଂଶୋଧନ କ୍ଷେତ୍ରରେ ରାଜ୍ୟର ଦାବୀକୁ ବିଚାରକୁ ନ ନେବା ଫଳରେ ରାଜ୍ୟ ବିଶାଳ ରାଜସ୍ୱ ହରାଉଛି । ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ମିଶ୍ର କହିଲେ ଯେ ଆର୍ଥିକ ବର୍ଷର ଶେଷ ଆଡକୁ କେନ୍ଦ୍ର କେନ୍ଦ୍ରୀୟ ଅନୁଦାନ ପଠାଉଥିବାରୁ ବ୍ୟୟ କରିବାର ଅସୁବିଧା ହୁଏ । ଏଥି ନେଇ ରାଜ୍ୟକୁ ଦୋଷାରୋପ କରାଯାଇପାରିବନି । କଂଗ୍ରେସ ଦୋ ମୁହାଁ ନୀତି ଅବଲମ୍ବନ କରୁଛି । ବିଧାନ ସଭାରେ ସର୍ବସମ୍ମତ ସଂକଳ୍ପ ପାରିତ ହୋଇଛି । ଏବେ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବୀକୁ ଭଣ୍ଡୁର ଉଦ୍ୟମ କରିବା ବଡ ବିଡମ୍ବନା ବୋଲି ପ୍ରକାଶ ପାଇଥିଲା । ରାମଲିଳା ମଇଦାନରେ ସ୍ଵାଭିମାନ ସମାବେଶ ସଫଳ ହେବ ଓ ଏହା ଏକ ଐତିହାସିକ ଘଟଣା ହେବ ବୋଲି ନେତୃବୃନ୍ଦ ମତ ପ୍ରକାଶ କରିଥିଲେ

Share in top social networks!
Powered By Indic IME