ପିଏଲଏଫଆଇ ଓଡ଼ିଶା ମୁଖ୍ୟ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଝାଡ଼ଖଣ୍ଡର ମାଓବାଦୀ ସଂଗଠନ ପିପୁଲ୍ସ ଲିବରେସନ ଫ୍ରଣ୍ଟ ଅଫ ଇଣ୍ଡିଆର ଓଡ଼ିଶା ମୁଖ୍ୟ ଦିଲ୍ଲୀପ ସିଂ ଓରଫ ସାକା ଟାଇଗର ଓରଫ ଶ୍ରୀନୁଲ ଖଡ଼ିଆ ରାଉରକେଳ ପୋଲିସ ହାତରେ ଧରାପଡିଛନ୍ତି। ଆହତ ଅବସ୍ଥାରେ ତାଙ୍କୁ ଝାଡ଼ଖଣ୍ଡ ସୀମାନ୍ତରୁ ଗିରଫ କରାଯାଇଛି। ପୋଲିସ ସହ ଗୁଳି ବିନିମୟ ହେବା ପରେ ସାକା ଆହତ ହୋଇଥିଲେ। ଏହା ସହ ସାକାଙ୍କ ସହଯୋଗୀ ରାଜନ କେରକେଟାଙ୍କର ମୃତ୍ୟୁ ହୋଇଛି। ସେହିପରି ଝାଡ଼ଖଣ୍ଡର ସାମୁଏଲ ମୁଣ୍ଡା ଓରଫ ଲୁଗୁନ, ସୁନୀଲ ସିଂ, ଜନସନ ମୁଣ୍ଡାଙ୍କୁ ପୋଲିସ ଆହତ ଅବସ୍ଥାରେ ପୋଲିସ ଗିରଫ କରିଛି। ଆହତମାନଙ୍କୁ ପୋଲିସ ରାଉରକେଲାର ଆଇଜିଏଚରେ ଭର୍ତ୍ତି କରିଛି। ସେହିପରି ମନୀଷା ଲୁଗୁନ ନାମକ ଆଉ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି। ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାନ୍ତ ସିମଡେଗା ଜିଲ୍ଲା ଜଲଡେଗା ଥାନା ଅନ୍ତର୍ଗତ ମଞ୍ଜୁରଗାଢା ଗାଁରେ ସାକା ଟାଇଗରଙ୍କ ନେତୃତ୍ୱରେ ପିଏଲଏଫଆଇର କ୍ୟାଡରମାନେ ଏକତ୍ରିତ ହେଉଥିବା ବେଳେ ରାଉରକେଲା ପୋଲିସ ଝାଡ଼ଖଣ୍ଡ ପୋଲିସ ସହାୟତାରେ ରବିବାର ପ୍ରାୟ ରାତି ୯ଟା ବେଳେ ଅତର୍କିତ ଚଢାଉ କରିଥିଲା। ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହାର ନେତୃତ୍ୱ ନେଇଥିଲେ ରାଉରକେଲା ଏସ୍ପି ହିମାଂଶୁ ଲାଲ । ତେବେ ଗିରଫ ପିଏଲଏଫଆଇ କ୍ୟାଡରଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ବୋଲି କହିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ଯଶୋବନ୍ତ ଜେଠୱା।

 

 

Share in top social networks!