ଚିଟଫଣ୍ଡ ଠକେଇର ସିବିଆଇ ତଦନ୍ତ କରାଯାଉ : ଜିଲା କଂଗ୍ରେସ

ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଶହଶହ ଜମାକାରୀଙ୍କ ଅର୍ଥ ତୁରନ୍ତ ଫେରସ୍ତ କରାଯାଉ,ସିବିଆଇ ଦ୍ଵାରା ଏହି ଠକେଇ ମାମଲାର ପର୍ଦ୍ଦାଫାସ କରାଯାଉ ଓ ଏଥିରେ ସାମିଲ ଥିବା ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ବିଧାୟକଙ୍କ ନାମ ପ୍ରକାଶ କରାଯାଇ ଏମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବୁଧବାର କୋରାପୁଟ ଜିଲା କଂଗ୍ରେସ ତରଫରୁ ଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ଏଥି ସହିତ କଂଗ୍ରେସ ଦଳ ପକ୍ଷରୁ ଦାବି କରାଯାଇଛି ଯେ କେନ୍ଦ୍ରସରକାର ଗରିବଙ୍କୁ ୩୫ କେଜି ଚାଉଳ ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ଏହି ଚାଉଳ ରୁ ୨୫ କେଜି ଚାଉଳ ପ୍ରଦାନ କରୁଛନ୍ତି । ବଳକା ୧୦କେଜି ଚାଉଳ ନିଜ ପାଖରେ ରଖି ଗରିବଙ୍କୁ ଠକୁଛନ୍ତି । ଉକ୍ତ ବଳକା ୧୦ କେଜି ଚାଉଳ ଗରିବ ଲୋକଙ୍କୁ ଫେରାନ୍ତୁ ବୋଲି ପୂର୍ବତନ ବିଧାୟକ ତାରାପ୍ରସାଦ ବାହିନୀପତୀ ଗଣମାଧ୍ୟମ ଆଗରେ ଦାବି କାରିଛନ୍ତି । ଆଜି କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଙ୍କ ନେତୃତ୍ଵରେ ଶତାଧିକ କଂଗ୍ରେସ କର୍ମୀ ଓ ନିର୍ବାଚିତ ପ୍ରତିନିଧି ସ୍ଥାନୀୟ ମାଉସୀ ମା’ ମନ୍ଦିର ଠାରୁ ଏକ ପଟୁଆରରେ ବାହାରି ସହର ପରିକ୍ରମା କରିବା ସହ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ମାନ ଦେବା ଦେଖାଯାଇଥିଲା । ପରେ ଦଳୀୟ କର୍ମୀ ମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଷଦଗାର କରିଥିଲେ ।

ଏହି ସମାବେଶରେ ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ,ରାଜ୍ୟ ସେବାଦଳର ବିରେନ ମୋହନ ପଟ୍ଟନାୟକଙ୍କ ସମେତ କୃଷ୍ଣ ସଗରିଆ ,ସୁଧୀର ଷଡଙ୍ଗୀ ,ଜଗଦୀଶ ଖୋସଲା ,କୋରାପୁଟ ବ୍ଲକ କଂଗ୍ରେସ ସଭାପତି ବାବୁଲା ବେନିଆ,ଜିଲା ଯୁବ କଂଗ୍ରେସ ଉପସଭାପତି ପ୍ରଦୀପ ନାଗ,କୋରାପୁଟ ଏନ ଏସି ଉପାଦକ୍ଷ ଭଗବାନ ବାହିନୀପତିଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME