ଓଡିଆ ଝିଅ ସୋହିନୀ ମିଶ୍ର ଇଣ୍ଡିଆନ ଆଇଡଲର ଟପ ଟେନରେ

ଓଡିଆ ଝିଅ ସୋହିନୀ ମିଶ୍ର ଇଣ୍ଡିଆନ ଆଇଡୋଲର ଟପ ଟେନରେ ପ୍ରବେଶ କରିଛନ୍ତି। ସେ ତାଙ୍କର ସଙ୍ଗୀତର ଯାଦୁରେ ସମସ୍ତଙ୍କୁ ମୁଗ୍ଧ କରିଦେଇଛନ୍ତି। ତାଙ୍କର ସଙ୍ଗୀତକୁ ପ୍ରଖ୍ୟାତ ଗାୟିକା ଆଶା ଭୋସଲେ, ସୁନିଦି ଚୌହାନ, ସଙ୍ଗୀତ ନିର୍ଦେଶକ ଅନୁ ମଲ୍ଲିକ ପ୍ରମୁଖ ଭୁଇୟସୀ ପ୍ରଶଂସା କରିଛନ୍ତି।

ଅଭିନେତା ଅଭିଷେକ ବଚ୍ଛନ ଓ ଅଜୟ ଦେବଗନ ମଧ୍ୟ ତାଙ୍କୁ ପ୍ରଶଂସା  କରିବାକୁ ଭୁଲି ନାହାନ୍ତି। ସୋହିନୀ ଓଡିଶାର ରେଭେନ୍ଶା   କଲେଜରେ ଏବେ ଏମ.ସି କରୁଅଛନ୍ତି। ତାଙ୍କର ପିତା ମାତା ଉଭୟ ଆକାଶ ବାଣୀ ଓ ଦୂରଦର୍ଶନରେ ସୀକୃତି ପ୍ରାପ୍ତ କଣ୍ଠ ଶିଳ୍ପୀ ଅଟନ୍ତି।

ତାଙ୍କ ପ୍ରତି ସମର୍ଥନ ଜଣାଈବା ନିମନ୍ତେ ମୋବାଇଲର ମେସେଜ ବକ୍ସରେ ଆଇଡଲ ସ୍ପେସ ଦେଇ ଏସ ଓ ଏଚ ଲେଖି 52525 କୁ ପଠାଈବାକୁ ସେମାନେ ଅନୁରୋଧ କରିଛନ୍ତ।

Share in top social networks!