ମନୋଜ ଦାସଙ୍କୁ ଏନଟିଆର ଜାତୀୟ ସାହିତ୍ୟ ପୁରସ୍କାର

manojudasntrawarddବିଶିଷ୍ଟ କଥାଶିଳ୍ପୀ ପଦ୍ମଶ୍ରୀ ମନୋଜ ଦାସଙ୍କୁ ମର୍ଯ୍ୟାଦାଜନକ ଏନଟିଆର ଜାତୀୟ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ଆନ୍ଧ୍ରପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁଦେଶମ୍ ଦଳର ପ୍ରତିଷ୍ଠାତା ଏନ୍.ଟି.ରାମାରାଓଙ୍କ ଜୟନ୍ତୀ ଅବସରରେ ହାଇଦ୍ରାବାଦଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଶ୍ରୀ ଦାସଙ୍କୁ ପୁରସ୍କାର ସ୍ୱରୂପ ନଗଦ ୧ ଲକ୍ଷ ଟଙ୍କା ସହ ମାନପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା ।

ଓଡିଆ ଓ ଇଂରାଜୀ ଭାଷା ସାହିତ୍ୟକୁ ଅନବଦ୍ୟ ଅବଦାନ ନିମନ୍ତେ ଶ୍ରୀ ଦାସଙ୍କୁ ଏହି ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ଦେବା ପାଇଁ ଏନଟିଆର ବିଜ୍ଞାନ ଟ୍ରଷ୍ଟ ମନୋନୀତ କରିଥିଲା । ଟ୍ରଷ୍ଟର ଅଧ୍ୟକ୍ଷ୍ୟା ଏନ୍.ଲକ୍ଷ୍ମୀ ପାର୍ବତୀ,ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଲେଖକ ଡ.ସି.ନାରାୟଣ ରେଡଡି,ଅବସରପ୍ରାପ୍ତ ଆଇଏଏସ୍ କେ.ଭି.ରମଣ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ । ମାତ୍ର ୧୪ ବର୍ଷ ବୟସରେ ପ୍ରଥମ ଉପନ୍ୟାସ ଲେଖିଥିବା ମନୋଜ ନିଜ ସାରସ୍ଵତ କୃତି ଓ କୀର୍ତ୍ତି ପାଇଁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ଓ ସମ୍ମାନ ହାସଲ କରିଛନ୍ତି ।

Share in top social networks!
Powered By Indic IME