ଆଗାମୀ ସେପ୍ଟେମ୍ବର ଶେଷ ସୁଦ୍ଧା ସବୁ ପରିବାର ପାଖରେ ପହଞ୍ଚିବ କମ୍ୟୁନିଟି ପୋଲିସ ସେବା

COMUNITY POLICING REVEWପୋଲିସ ଓ ଜନତା ମଧ୍ୟରେ ଦୂରତାକୁ ହାର କରି ପୋଲିସ କୁ ଜନତାର ବନ୍ଧୁ ଭାବରେ ପରିଚିତ କରିବା ପାଇଁ ରାଜ୍ୟରେ ଆରମ୍ଭ କରାଯାଇଛି । କମ୍ୟୁନିଟି ପୋଲିସ ବ୍ୟବସ୍ଥା । ବାର୍ତ୍ତାମାନ ସୁଦ୍ଧା ରାଜ୍ୟର ୩୪ ଟି ପୋଲିସ ଜିଲ୍ଲାରେ ଅନ୍ତତଃ ପକ୍ଷେ ଗୋଟିଏ ଥାନାରେ କମ୍ୟୁନିଟି ପୋଲିସିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏଥିପାଇଁ ୩୭୯ ଟି ବିଟ୍ ଦାୟିତ୍ଵରେ ASI/habildar/constable ଆଦି ପାହ୍ୟାର ପୋଲିସ ଅଧିକାରୀଙ୍କୁ ରଖାଯାଇଛି । ସେମାନେ ସେମାନଙ୍କ ଅଧୀନରେ ଥିବା ବିଟ୍ ର ପ୍ରତି ଘରକୁ ଭୁଲି ଲୋକଙ୍କ ସହିତ ସଂପର୍କ ରକ୍ଷା କରିବା ସହିତ ସେ ଅଞ୍ଚଳର ସୁବିଧା ଅସୁବିଧା ବିଷୟରେ ଖବର ରଖୁଛନ୍ତି ଏବଂ ଆବଶ୍ୟକ ସ୍ଥଳେ ସହାୟତା ମଧ୍ୟ ଯୋଗାଇଦେଉଛନ୍ତି ।

ରାଜ୍ୟରେ ଥିବା ୩,୩୪,୧୫୫ ପରିବାର ମଧ୍ୟରୁ ୬୨୭୯୬ ପରିବାର ଅର୍ଥାତ ୧୯%ପରିବାରକୁ କମ୍ୟୁନିଟି ପୋଲିସ ସେବା ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରୁ ଜଣାଯାଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୩ ଟି ଜିଲ୍ଲାର ଥାନା ମାନଙ୍କରେ ଆମ ପୋଲିସ ସମିତି ଗଠନ କରାଯାଇ ସ୍ଥାନୀୟ ଅଞ୍ଚଳରେ ଥିବା ବିଭେଦ ହାର କରିବା ପାଇଁ ପଦକ୍ଷେପ ନିଆଯାଇଛି । ଜୁନ ଶେଷ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାର ଥାନା ମାନଙ୍କରେ ଆମ ପୋଲିସ ସମିତି ଗଠନ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଏହି ଆମ ପୋଲିସ ସମିତି ଜରିଆରେ ନବରଙ୍ଗ ପୁର,ଗଞ୍ଜାମ ଏବଂ ନୂଆପଡା ଜିଲ୍ଲାରେ ଗ୍ରାମ୍ୟ ବିବାଦକୁ ସଫଳତାର ସହ ସମାଧାନ କରାଯାଇପାରିଛି ବୋଲି ବୈଠକରେ ସୂଚନା ଦିଆଯାଇଛି ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ କୁମାର ପଟ୍ଟନାୟକ,ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ପ୍ରକାଶ ମିଶ୍ର,ଉନ୍ନୟନ କମିଶନର ଶ୍ରୀ ଯୁଗଳ କିଶୋର ମହାପାତ୍ର,ସ୍ଵରାଷ୍ଟ୍ର ବିଭାଗର ପ୍ରମୁଖ ସଚିବ ଶ୍ରୀ ଉପେନ୍ଦ୍ର ବେହେରା ଏବଂ ପୋଲିସର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟଯେ ଗତ ଏପ୍ରିଲ ପହିଲାରୁ ରାଜ୍ୟରେ କମ୍ୟୁନିଟି ପୋଲିସ ବ୍ୟବସ୍ଥା ଆରମ୍ଭ କରାଯାଇଛି ।

Share in top social networks!
Powered By Indic IME