ଯୁକ୍ତ ଦୁଇ ଇ- ଆଡମିସନ ୨୦୧୩-୧୪

plustwoadmissionରାଜ୍ୟର ୧୩୩୯ ଟି ଜୁନିୟର କଲେଜରେ ନାମ ଲେଖାଇବା ପାଇଁ ଇ-ଆଡମିସନ ପ୍ରକ୍ରିୟା ଆରମ୍ଭ ହୋଇଛି । ମଇ ୨୭ ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ୨୮ ତାରିଖ ସନ୍ଧ୍ୟା ୬ ଘଟିକା ସୁଦ୍ଧା ୧ ଲକ୍ଷ ୮୦ ହଜାରରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଅନଲାଇନ୍ ରେ କମନ ଆପ୍ଲିକେସନ ଫର୍ମ ଗ୍ରହଣ କରିଛନ୍ତି । ଏହି ସମୟ ସୀମା ମଧ୍ୟରେ ପ୍ରାୟ ୨୦ ହାଜାରରୁ ଅଧିକ ଛାତ୍ରଛାତ୍ରୀ ନିର୍ଧାରିତ ଦେୟ ଓ ନାମଲେଖା ନିମନ୍ତେ ଆବଶ୍ୟକ କାଗଜପତ୍ର ଦାଖଲ କରିଛନ୍ତି । ଚଳିତ ବର୍ଷ ଉକ୍ତ ୧୩୫୯ ଟି ଜୁନିୟର କଲେଜରେ କଳା,ବିଜ୍ଞାନ ଓ ବାଣିଜ୍ୟ ଇତ୍ୟାଦି ବିଭିନ୍ନ ବିଭାଗରେ ୩ ଲକ୍ଷ ୨୦ ହଜାରରୁ ୧୯୬ ଟି ସ୍ଥାନ ଉପଲବ୍ଧ ହେଉଅଛି । ମଇ ୨୭ ତାରିଖରୁ ଆରମ୍ଭ ହୋଇଥିବା ଇ- ଆଡମିସନ ପ୍ରକ୍ରିୟା ଅନଲାଇନରେ ଆସନ୍ତା ଜୁନ ୧୧ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲୁ ରହୁଥିବା ବେଳେ ଅଫଲାଇନ ର ନିର୍ଦ୍ଧାରିତ ଶେଷ ତାରିଖ ଜୁନ ୧୨ କୁ ଧାର୍ଯ୍ୟ କରାଯାଇଛି ।

Share in top social networks!
Powered By Indic IME