ପ୍ରଧାନମନ୍ତ୍ରୀ ଙ୍କ ଇସ୍ତଫା ଦାବିକରି ଶ୍ରୀକାନ୍ତ ନୈତିକ ସାହାସର ପରିଚୟ ଦିଅନ୍ତୁ : ବିଜୁ ଯୁବ ଜନତା ଦଳ

sanjaydasverma-bjdକେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ପରିବର୍ତ୍ତେ ଲକ୍ଷଲକ୍ଷ କୋଟି ଟଙ୍କାର ଦୁର୍ନୀତିରେ ସମ୍ପୃକ୍ତ ଥିବା ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିକରି ରାଜ୍ୟବାସୀଙ୍କୁ ନିଜର ନୈତିକ ସାହସର ପରିଚୟ ଦିଅନ୍ତୁ ବୋଲି ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ଏକ ପ୍ରେସ୍ ବିବୃତିରେ କହିଛନ୍ତି । ଶ୍ରୀ ଦାସବର୍ମା କହିଛନ୍ତି ଯେ ,ଅନ୍ୟ ଘରକୁ ଟେକା ଫିଙ୍ଗିବା ପୂର୍ବରୁ ଶ୍ରୀ ଜେନା ନିଜ ଘରକୁ ଦେଖନ୍ତୁ ।

ଚିଟ୍ ଫଣ୍ଡ ଠକେଇରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ତାଙ୍କ ଇସ୍ତଫା ଦାବି କରିବା ନିହାତି ହାସ୍ୟାସ୍ପଦ । ଯଦି ସାହାସ ଅଛି,ତେବେ ସେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଉଚ୍ଚ ରାଜନୈତିକ ମୂଲ୍ୟବୋଧର ପରିଚୟ ଦିଅନ୍ତୁ । କାରଣ ୧ଲକ୍ଷ ୭୬ହଜାର କୋଟି ଟଙ୍କାର ତୁ-ଜି ସ୍ପେକ୍ଟ୍ରମ ଦୁର୍ନୀତି,୨ଲକ୍ଷ କୋଟି ଟଙ୍କାର ଇସ୍ରୋ ଦୁର୍ନୀତି,୧ଲକ୍ଷ ୮୭ହଜାର କୋଟି ଟଙ୍କାର କୋଲଗେଟ୍ ଦୁର୍ନୀତିରେ ପ୍ରଧାନମନ୍ତ୍ରୀ ଙ୍କ ସମ୍ପୃକ୍ତି ପଦାକୁ ଆସିଛି । ଏହିସବୁ ଦୁର୍ନୀତିର ତଦନ୍ତ ସିବିଆଇ କରୁଛି । ସମ୍ବିଧାନକୁ ମାନ୍ୟବର ସୁପ୍ରିମ୍ କୋର୍ଟ ପଞ୍ଜୁରି ଭିତରେ ଶୁଆ ବୋଲି କହିଛନ୍ତି । କେନ୍ଦ୍ରସରକାର ସିବିଆଇ କୁ କଂଗ୍ରେସ ବ୍ୟୁରୋ ଅଫ ମାନଦଣ୍ଡ ଇନଭେଷ୍ଟିଗେସନରେ ପରିଣତ କରିଛନ୍ତି ।

ଶ୍ରୀକାନ୍ତଙ୍କ ମାନଦଣ୍ଡରେ ପ୍ରଧାନମନ୍ତ୍ରୀ କେବେଠାରୁ ଇସ୍ତଫା ଦେଇଦେବା କଥା । ତେଣୁ ଶ୍ରୀକାନ୍ତ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରନ୍ତୁ ବୋଲି ଶ୍ରୀ ଦାସବର୍ମା ଆହ୍ୱାନଦେଇଛି । ଶ୍ରୀକାନ୍ତ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି । ଅନେକ ଅବାନ୍ତର ମନ୍ତବ୍ୟ ଦେଇ ନିଜର ହତାଶୋବୋଧର ପରିଚୟ ଦେବା ସହ ରାଜନୈତିକ ଶାଳୀନତାର ସୀମା ଟପିଯାଇଛନ୍ତି । କୌଣସି ଏକ ଗଣମାଧ୍ୟମର ଉଦ୍ ଘାଟନ ର ଉତ୍ସବରେ ଯୋଗଦେବାକୁ ସମ୍ପୃକ୍ତ ସଂସ୍ଥାର ବ୍ରାଣ୍ଡଆମ୍ବାସାଡର ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ଉପସ୍ଥାପିତ କରିବା ଶ୍ରୀକାନ୍ତଙ୍କ ହୀନା ମାନସିକତାର ପରିଚୟ । ଓଡିଶାରୁ ପ୍ରତିନିଧିତ୍ଵ କରୁଥିବା ଶ୍ରୀକାନ୍ତ ଜେନା କେନ୍ଦ୍ରମନ୍ତ୍ରୀ ଭାବରେ ରାଜ୍ୟ ପାଇଁ କଣ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ,ତାହା ପ୍ରକାଶ କରନ୍ତୁ ?ତାଳଚେର ସାରା କାରଖାନା ର ପୁନରୁଦ୍ଧାର ପାଇଁ ଶ୍ରୀ ଜେନା ବିଭିନ୍ନ ସମୟରେ ପ୍ରତିଶ୍ରୁତି କେବଳ ଧୂଆଁବାଣ ବୋଲି ଜଣାପଡିଛି । ୩ ଲକ୍ଷ ନିୟୁତ ଟନ ୟୁରିଆ ଉତ୍ପାଦନ କ୍ଷମତାକୁ ୧୨ନିୟୁତ ଟନକୁ ବୃଦ୍ଧି କରିବା କଥା କହି ଶ୍ରୀ ଜେନା କେବଳ ଓଡିଶା ବାସୀ ବିଶେଷ କରି ଓଡିଶାର ଚାଷିକୁଳକୁ ଭଣ୍ଡେଇ ଚାଲିଛନ୍ତି ।

ତାଳଚେର ସାରର କାରଖାନାର ପୁନର୍ଗଠନ ରେ ପ୍ରାୟ ୧୦,୦୦୦କୋଟି ଟଙ୍କା ନିବେଶ ହେବବୋଲି ଶ୍ରୀ ଜେନା ପ୍ରକାଶ କରୁଥିବାବେଳେ ତାଙ୍କ ୪ବର୍ଷ ମନ୍ତ୍ରିତ୍ଵ କାଳରେ କେତେ ଟଙ୍କା ନିବେଶ ହୋଇଛି ତାର ଉତ୍ତର ଓଡିଶାର ଚାଷୀକୁଳକୁ ସେ ଜବାବ ଦେବା ଦରକାର । ଜନସାଧାରଣ ତଥା ଚିଟ୍ ଫଣ୍ଡ ସଂସ୍ଥା ଗୁଡିକରେ ଅର୍ଥ ନିବେଶ କରୁଥିବା ଲୋକମାନଙ୍କର ସ୍ଵାର୍ଥର ସୁରକ୍ଷା ଓ ଠକେଇ କରିଥିବା ବ୍ୟକ୍ତିମାନଙ୍କୁ ଦଣ୍ଡବିଧାନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ୟାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ତଦନ୍ତ ପ୍ରକ୍ରିୟା ଜୋରଦାର ଚାଲିଛି ଏବଂ ଅନେକ ତଥ୍ୟ ପଦାକୁ ଆସିବା ସହ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ହେଉଛି । ମୁଖ୍ୟମନ୍ତ୍ରୀ କାହାକୁ ଘଣ୍ଟା ଘୋଡାଇବାର ପ୍ରଶ୍ନ ଉଠୁନାହିଁ ।ଆଇନ୍ ତା ବାଟରେ ଯିବ । ସିବିଆଇ ନୁହେଁ,କ୍ରାଇମବ୍ୟାଞ୍ଚ ଉପରେଭ ଲୋକଙ୍କର ଆସ୍ଥା ରହିଛି । ଚିଟ୍ ଫଣ୍ଡ ଠକେଇ ମାମଲାରୁ ରାଜନୈତିକ ଫାଇଦା ନେବାକୁ ଶ୍ରୀକାନ୍ତଙ୍କ କୌଣସି ଚକ୍ରାନ୍ତ ଫଳପ୍ରଦ ହେବ ନାହିଁ । ବାରମ୍ବାର ଚିଟ୍ ଫଣ୍ଡ କଥା ଉଠାଇ କେନ୍ଦ୍ର କଂଗ୍ରେସ ସରକାରଙ୍କ ମହାଦୁର୍ନୀତି ଓ ଓଡିଶା ପ୍ରତି କେନ୍ଦ୍ରର କ୍ରମାଗତ ଅବିଚାରକୁ ଘଣ୍ଟା ଘୋଡାଇବାକୁ ଚେଷ୍ଟା କରୁଛନ୍ତି ସେ ଭୁଲିଯାଉଛନ୍ତି ଯେ, ରାଜ୍ୟବାସୀ ଭଲଭାବେ ଜାଣନ୍ତି ସେ ହିଁ ଓଡ଼ିଶାକୁ ସବୁଠାରୁ ବେସୀ ଚିଟ୍ କରୁଛନ୍ତି ।

Share in top social networks!
Powered By Indic IME