ପ୍ରସିଦ୍ଧ ତୀର୍ଥକ୍ଷେତ୍ର ପୁରୀ ସହରରେ ବର୍ଷାଜଳ ନିଷ୍କାସନ ଓ ପରିମଳ ବ୍ୟବସ୍ଥା

rathayatra-puri-danda3ଜୱାହାରଲାଲ ନେହେରୁ ନ୍ୟାସନାଲ ଅର୍ବାନ ରେନେୱାଲ ମିସନ ତରଫରୁ ଭାରତର ୬୩ ଟି ମନୋନୀତ ସହର ମଧ୍ୟରୁ ପୁରୀ ଗୋଟିଏ । ବର୍ଷାଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ ବିଭାଗ ତରଫରୁ ସର୍ବମୋଟ ୭୧ କୋଟି ୮୨ ଲକ୍ଷର ପ୍ରକଳ୍ପ ଅନୁମୋଦନ ଲାଭ କରିଛି । ମୋଟ ୭୮,୯୨୬ ମିଟର ଡ୍ରେନ ନିର୍ମାଣ କରାଯାଇ ବର୍ଷାଜଳ ନିଷ୍କାସନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏ ସମ୍ପର୍କରେ ତ୍ଵରିତ କାର୍ଯ୍ୟ ସମ୍ପର୍କରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ମହେଶ୍ଵର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ବିଶ୍ଵାସମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା ।

ବର୍ତ୍ତମାନ ପର୍ଯ୍ୟନ୍ତ ୨୪,୯୨୩ ମିଟର ଡ୍ରେନ ନିର୍ମାଣ କରାଯାଇ ମୋଟ ୨୧ କୋଟି ୨୬ ଲକ୍ଷ ବ୍ୟୟ କରାଯାଇଛି ବୋଲି ଜଣାପଡିଛି । ଆସନ୍ତା ଜୁନ ୧୫ ମଧ୍ୟରେ ରଥଯାତ୍ରାକୁ ଆଖି ଆଗରେ ରଖି କାର୍ଯ୍ୟ ସମାପ୍ତ କରିବାକୁ ଜଳସଂପଦ ବିଭାଗ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୧୩୪ କିଲୋମିଟର ସ୍ଵରେଜ ଲାଇନରୁ ୧୨୦ କିଲୋମିଟର ଶ୍ବରେଜ ବ୍ୟବସ୍ଥା ରହିଛି । ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଦାସ,ଅତିରିକ୍ତ ଜିଲ୍ଲାପାଳ ସୁକାନ୍ତ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟ ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନେ ବୈଠକରେ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME