ଗୋପାଳପୁର ସବୁଦିନିଆ ବନ୍ଦର ଖୋଲିଲା

panamaଗଞ୍ଜାମ ଜିଲ୍ଲାର ବାଣିଜ୍ୟ ବ୍ୟବସାୟର ପ୍ରବେଶ ଦ୍ଵାର ଭାବେ ପରିଗଣିତ ହେବାକୁ ଯାଉଥିବା ଗୋପାଳପୁର ବନ୍ଦରକୁ ସବୁଦିମିଆ ବନ୍ଦରରେ ପରିଣତ କରାଯାଇଛି । ପରୀକ୍ଷାମୂଳକ ମାଲବାହୀ ଜାହାଜ ଚଳାଚଳର ଶୁଭାରମ୍ଭ ହୋଇଛି । ଗତ ୨୩ ତାରିଖରୁ ଏଠାରେ ଲଙ୍ଗର ପକାଇଥିବା ଦକ୍ଷିଣ କୋରିଆର ମାଲବାହୀ ଜାହାଜ ଏମଭି ୱାଇଜ୍ ଏସ୍ ଡବ୍ଲ୍ୟୁ ‘ପାନାମା’ରେ ଆଇଆରଇ ଗୋପାଳପୁରରୁ ଉତ୍ପାଦିତ ୭,୫୦୦ ମେଟ୍ରିକ ଟନ୍ ବିରଳ ମୂର୍ତ୍ତିକା ନେଇ ଆସନ୍ତା କାଲି ତାର ଯାତ୍ରା ଆରମ୍ଭ କରିବ ।

ଗୋପାଳପୁର ପୋର୍ଟର ପରିଚାଳନା ନିର୍ଦ୍ଦେଶକ ମହିମାନନ୍ଦ ମିଶ୍ର ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କରିବେ । ବହି ଘାତପ୍ରତିଘାତ ମଧ୍ୟରେ ଦକ୍ଷିଣ ଓଡିଶାର ନୌବାଣିଜ୍ୟ କରବାରକୁ ଆଗକୁ ନେବାପାଇଁ ୧୯୮୪ ରେ ତତ୍ କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ହବ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ବନ୍ଦର ପାଇଁ କାମ ଆରମ୍ଭ ହୋଇଥିଲେ ହେଁ ୨୦୦୦ ରେ ତାହା ବନ୍ଦ ହୋଇଯାଇଥିଲା । ପୁନର୍ବାର ୨୦୦୬,ସେପ୍ଟେମ୍ବର ୧୪ ରେ ଓଡିଶା ଷ୍ଟିଭେଡ଼ର୍ସ ଲି.ଓ ଜିନ୍ଦଲର ମିଳିତ ପ୍ରୟାସରେ ସବୁ ଦିନିଆ ବନ୍ଦର ପାଇଁ କାମ ଆରମ୍ଭ ହୋଇଥିଲା ।

Share in top social networks!
Powered By Indic IME