ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ଗମନାଗମନ ଓ ରହଣି ସୁବିଧାର ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

DHAULIIରାଜ୍ୟର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ବିକାଶ ପାଇଁ ରାଜ୍ୟସରକାର ପଦକ୍ଷେପ ନେଉଛନ୍ତି । ବିକାଶ ପାଇଁ ସାରା ରାଜ୍ୟରେ ୩୨୯ଟି ପର୍ଯ୍ୟଟନ କ୍ଷେତ୍ରକୁ ଚିହ୍ନଟ କରାଯାଇଛି । ଏହି ସବୁ କ୍ଷେତ୍ର ଗୁଡିକୁ ପ୍ରାଥମିକତା ଭିତ୍ତିରେଗମନା ଗମନ ଓ ରହଣି ସୁବିଧା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସଚିବାଳୟରେ ପର୍ଯ୍ୟଟନ ବିଭାଗର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆଲୋଚନାରୁ ଜଣାଯାଇଛି ଯେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ବିଭିନ୍ନ ଯୋଜନାରେ ପର୍ଯ୍ୟଟନ କ୍ଷେତ୍ରକୁ ଯୋଗାଯୋଗ ସୁବିଧା କରାଯାଉଛି ।

ରହଣି ବ୍ୟବସ୍ଥାର ସୁବିଧା ପାଇଁ ରାଜ୍ୟ ଯୋଜନା ,ସରକାରୀ ଘରୋଇ ସହଭାଗିତା କିମ୍ବା ସଂପୂର୍ଣ୍ଣ ଘରୋଇ ଉଦ୍ୟମ ଦ୍ଵାରା ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏହା ସହିତ ପାର୍କିଂ,ଟଏଲେଟ,କାଫେଟେରିଆ ,ଲ୍ୟାଣ୍ଡସ୍କେପିଂ,ସୌନ୍ଦର୍ଯ୍ୟକରଣ ଓ ଆଲୋକ ସଜ୍ଜା ପାଇଁ ବ୍ୟବସ୍ଥା କରାଯାଉଛି । ଦଶମ ଓ ଏକାଦଶ ଯୋଜନା କାଳରେ ସମୁଦାଯ ୩୪ଟି ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇ ୨୦ଟି ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇଛି ଏବଂ ୧୪ଟି ପ୍ରକଳ୍ପ ର କାମ ଚାଲିଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ୨୦୧୩-୧୪ରେ ଅନେକ ଗୁଡିଏ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ଗୁଡିକୁ ପ୍ରାଥମିକତା ଭିତ୍ତିରେ ହାତକୁ ନିଆଯିବ ବୋଲି ଜଣାଯାଇଛି ।

ଏଗୁଡିକ ହେଲା ବୁଦ୍ଧିଷ୍ଟ ମେଗା ସର୍କିଟ,ପୁରୀ-ସାତପଡା-ଭୁବନେଶ୍ଵର ମେଗା ସର୍କିଟ ର ଦ୍ଵିତୀୟ ପର୍ଯ୍ୟାୟ,ତଳସାରୀ-ଡଗ୍ରା-ସାତପଡା ପର୍ଯ୍ୟଟନ ସର୍କିଟ,କନ୍ଧମାଳ-ରାୟଗଡା-କୋରାପୁଟ ଆଦିବାସୀ ସର୍କିଟ ,ପୁରୀର ଅଠର ନଳା ,ଭୁବନେଶ୍ଵର ଏକାମ୍ର ଓ ଚନ୍ଦ୍ରଭାଗା କ୍ଷେତ୍ରର ବିକାଶ ;ପୁରୀ,ଭୁବନେଶ୍ଵର ଓ କୋଣାର୍କର କନଭେନସନ୍ ସେଣ୍ଟର,ଖଣ୍ଡଗିରୀ ଓ ଧଉଳିଗିରି ରେ ଶବ୍ଦ ଓ ଆଲୋକ ବ୍ୟବସ୍ଥା ଏବଂ ନବକଳେବର ପାଇଁ ସ୍ଵତନ୍ତ୍ର ପ୍ରକଳ୍ପ । ପର୍ଯ୍ୟଟନ ବିଭାଗର ବିଭିନ୍ନ ସମ୍ପତି ଯଥା ପାନ୍ଥନିବାସ ଓ ପର୍ଯ୍ୟଟନ କେନ୍ଦ୍ର ଗୁଡିକର ସୁପରିଚାଳନା ପାଇଁ ଘରୋଇ ସରକାରୀ ସହଭାଗୀତା କାର୍ଯ୍ୟକ୍ରମରେ ବ୍ୟବସ୍ଥା କରାଯାଉଛି ।

ରାଜ୍ୟକୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ପର୍ଯ୍ୟଟନ ବ୍ୟବସ୍ଥାର ଉପଯୋଗ କରାଯାଉଛି । ଏଗୁଡିକ ହେଲା ଐତିହ୍ୟ ଓ ତୀର୍ଥ ପର୍ଯ୍ୟଟନ ,ବୁଦ୍ଧିଷ୍ଟ ପର୍ଯ୍ୟଟନ,ସମୁଦ୍ର କୂଳ ପର୍ଯ୍ୟଟନ,ଅନୁଭବ ପର୍ଯ୍ୟଟନ ଏବଂ ସାଂସ୍କୃତିକ ପର୍ଯ୍ୟଟନ । ବୈଠକର ସୂଚନା ଅନୁଯାୟୀ ଗତ ୬ ବର୍ଷ ମଧ୍ୟରେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟାରେ ୧୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧୧ ପ୍ରତିଶତ ବୃଦ୍ଧି ହୋଇଛି । ବିଦେଶୀ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ପାଇଁ ବି.ବି.ସି ଓ ନାସନାଲ ଯୋଗ୍ରାଫିକ ଚ୍ୟାନେଲରେ ଦୁଇଟି ବିଜ୍ଞାପନ ଜରିଆରେ ପ୍ରଚାର କରାଯାଉଛି । ଏହି ବୈଠକରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ମହେଶ୍ଵର ମହାନ୍ତି ,ମୁଖ୍ୟ ଶାସନ ସଭିବ ବିଜୟ କୁମାର ପଟ୍ଟନାୟକ ଏବଂ ବିଭାଗୀୟ ସଚିବ ଅଶୋକ କୁମାର ତ୍ରିପାଠୀ ପ୍ରନୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME