୯ରୁ ଇଣ୍ଟରନେଟ ଆକ୍ସେସ ହରାଇପାରନ୍ତି ୨୦ ହଜାର କମ୍ପ୍ୟୁଟର

ଆସନ୍ତା ୯ ତାରିଖରୁ ସାରା ବିଶ୍ଵରେ ପାଖାପାଖି ୩ ଲକ୍ଷ କମ୍ପ୍ୟୁଟର ଇଣ୍ଟରନେଟ ଆକ୍ସେସ ହରାଇପାରନ୍ତି। ଏଥିରେ ଭାରତର ୨୦ ହଜାର କମ୍ପ୍ୟୁଟର ମଧ୍ୟ ସାମିଲ ଅଛି ବୋଲି ୱେବ ସିକ୍ୟୁରିଟି କମ୍ପାନୀ ମ୍ୟାକଫି ଶୁକ୍ରବାର ସତର୍କ କରାଇଦେଇଛି। “ଡି ଏନ ଏସଚେଞ୍ଜର” ନାମକ ଭାଇରସ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା କମ୍ପ୍ୟୁଟର ଗୁଡ଼ିକ ହିଁ  ଇଣ୍ଟରନେଟ ଆକ୍ସେସ ହରାଇପାରନ୍ତି। “ଡି ଏନ ଏସଚେଞ୍ଜର” ଏକ ମାଲୱେରେ ଏକ କମ୍ପ୍ୟୁଟର ପ୍ରୋଗ୍ରାମ ଯାହା ଇଣ୍ଟରନେଟ ଟ୍ରାଫିକକୁ ଜାଲ ବା ନକଲି ୱେବସାଇଟ ଅଭିମୁଖେ ନେଇଯିବାର କାମ କରେ।

Share in top social networks!