ଘୁଞ୍ଚିଲା ଯୁକ୍ତ ୩ ନାମଲେଖା ତାରିଖ

ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ୭ ତାରିଖରେ ପ୍ରଥମ ଚୟନ ତାଲିକା ପ୍ରକାଶ ପାଇ ୧୨ ତାରିଖରୁ ନାମଲେଖା ଆରମ୍ଭ ହେବା କଥା। ହେଲେ ଉଚ୍ଚଶିକ୍ଷା ବିଭାଗ ନାମଲେଖାକୁ ହଟାତ ଘୁଞ୍ଚାଇ ଦେଇଛି। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଆସନ୍ତା ୧୦ ତାରିଖରେ ପ୍ରଥମ ଚୟନ ତାଲିକା ପ୍ରକାଶ ପାଇବ। ଏହି ପ୍ରଥମ ଚୟନରେ ନାମଲେଖା ୧୬ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏସସି/ଏସଟି ଏକ୍ସଟେନସନ ସିଟ ତାଲିକା ୨୩ରେ ପ୍ରକାଶ ପାଇବ । ୨୫ ତାରିଖରେ ଏଥିପାଇଁ ନାମ ଲେଖା କରାଯିବ । ସ୍ପଟ ଆଡମିସନ ପାଇଁ ତାଲିକା ୨୬ ତାରିଖରେ ପ୍ରକାଶ ପାଇବ। ୩୧ ତାରିଖରେ ସ୍ପଟ ଆଡମିସନ ହେବ । ଅଗଷ୍ଟ ପହିଲାରୁ ସମସ୍ତ କଲେଜରେ ପଥହାପଢହ ଆରମ୍ଭ ହେବ।  

 

 

Share in top social networks!