ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଓଡିଶାର ୧୪ ଜଣ ସାଂସଦ ପୁନର୍ବାର ଦାବି କଲେ

15 C.M.MEET ALL MLA AND MP.ASHOKଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଦାବିରେ ଏକ ଚାରିଶହ ପୃଷ୍ଠା ବିଶିଷ୍ଟ ତଥ୍ୟ ସିଦ୍ଧ ରିପୋର୍ଟ ଗତକାଲି କେନ୍ଦ୍ର ସାହିତ୍ୟ ଏକାଡ଼େମୀକୁ ପ୍ରଦାନ କରା ଯାଇଛି । ରାଜ୍ୟ ସଭା ସାଂସଦ ତଥା ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ରାମଚନ୍ଦ୍ର ଖୁଣ୍ଟିଆ ଏହି ରିପୋର୍ଟ ଏକାଡେମିର ସମ୍ପାଦକ କେ. ଶ୍ରୀନିବାସ ରାଓଙ୍କୁ ପ୍ରଦାନ କରିଛନ୍ତି ।

ଶ୍ରୀ ଖୁଣ୍ଟିଆ ୨୦୧୨ ମାର୍ଚ୍ଚ ୩୦ତାରିଖରେ ପାଲା ମଣ୍ଡପ ଠାରେ ପ୍ରଥମେ ଏହି ପ୍ରସଙ୍ଗ ଉତ୍ ଥାପନ କରିଥିଲେ । ତତ୍ କାଳୀନ ସଂସ୍କୃତି ମନ୍ତ୍ରୀ କୁମାରୀ ସେଲଜା ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ଆସିନାହିଁ ବୋଲି ଲିଖିତ ଉତ୍ତର ଦେବାପରେ ଶ୍ରୀ ଖୁଣ୍ଟିଆ ଶାସ୍ତ୍ରୀୟ ମାନ୍ୟତା ପାଇଁ ୨୦୧୨ ସେପ୍ଟେମ୍ବର ୫ ତାରିଖରେ ପାର୍ଲାମେଣ୍ଟ ରେ ଜୋରଦାର ଯୁକ୍ତି ବାଢିଥିଲେ । ଏହି ପ୍ରସଙ୍ଗରେ ଏକ ସ୍ମାରକ ପତ୍ର ସେପ୍ଟେମ୍ବର ୨୦ ତାରିଖ ଏବଂ ନଭେମ୍ବର ୨୪ ତାରିଖ ରେ ୯ ଜଣ ସାଂସଦଙ୍କ ସ୍ଵାକ୍ଷର ସହିତ ସଂସ୍କୃତି ମନ୍ତ୍ରୀଙ୍କୁ ପ୍ରଦାନ କରାଯିବା ସହିତ ରାଷ୍ଟ୍ରପତି ଏବଂ ପ୍ରଧାନ ମନ୍ତ୍ରୀଙ୍କୁ ମଧ୍ୟ ଦିଆଯାଇଥିଲା ।

ସଂସ୍କୃତି ମନ୍ତ୍ରଣାଳୟ ଏଥିପାଇଁ ଭାଷା ବିଶେଷଜ୍ଞ ଙ୍କୁ ନିଯୁକ୍ତ କରିବାପାଇଁ ସାହିତ୍ୟ ଏକାଡ଼େମୀକୁ ନିର୍ଦ୍ଦେଶ ଦେଇଥିବାରୁ ଓଡିଶାର କଂଗ୍ରେସ ଏବଂ ବିଜେଡ଼ି ର ୧୫ଜଣ ସାଂସଦ ସ୍ଵାକ୍ଷର କରିଥିବା ଏବଂ ସାତଟି ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ତଥ୍ୟସିଦ୍ଧ ରିପୋର୍ଟ ପ୍ରଦାନ କରାଯାଇଛି । ଏଥିରେ ସ୍ଵାକ୍ଷର କରିଥିବା ସାଂସଦ ମାନେ ହେଉଛନ୍ତି ସର୍ବଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆ,ପ୍ରସନ୍ନ ପାଟ୍ଟଶାଣୀ ,ଶ୍ରୀକାନ୍ତ ଜେନା,ଭର୍ତ୍ତୁହରି ମହତାବ,ତଥାଗତ ଶତପଥୀ,ଭକ୍ତ ଦାସ,ପ୍ରଦୀପ ମାଝୀ,ବୈଷ୍ଣବ ପରିଡା,ଅମର ପ୍ରଧାନ,ରବି ମହାପାତ୍ର,ରେଣୁବାଳା ପ୍ରଧାନ,ମଙ୍ଗଳା କିଶାନ,ଶଶିଭୂଷଣ ବେହେରା,ଏଭି ସ୍ଵାମୀ ,ବିଭୁ ତରାଇ ।

ଓଡିଆ ଭାଷା ଗବେଷଣା ପ୍ରତିଷ୍ଠାନ,କଂସ ଫାଉଣ୍ଡେସନ,ପଲ୍ଲୀବାଣୀ ମିସନ,ଆଗାମୀ ଶତାବ୍ଦୀ,ଶାରଳା ସାହିତ୍ୟ ସାଂସଦ,କୋରାଇ ମଣ୍ଡଳ ସାହିତ୍ୟ ସଂସଦ,ଓଡିଶା ଭାଷା ସୁରକ୍ଷା ଅଭିଯାନ ଆଦି ସଂଗଠନ ଗୁଡିକ ଶ୍ରୀ ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ୧୫ ଜଣିଆ ସଦସ୍ୟ ବିଶିଷ୍ଟ କାର୍ଯ୍ୟକାରୀ କମିଟିର ସଦସ୍ୟ ବିଶିଷ୍ଟ ଭାଷା ବିଦ୍ ଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ,ନଟବର ଶତପଥି,ସୁବ୍ରତ କୁମାର ପୁଷ୍ଟି,ପ୍ରଫେସର ଯତୀନ ନାୟକ,ଅମିୟ ପଟ୍ଟନାୟକ,ଏବଂ ବସନ୍ତ ପଣ୍ଡା ପ୍ରମୁଖ ଭାଷା ବିଶେଷଜ୍ଞ ଏହି ୪ ଶହ ପୃଷ୍ଟା ବିଶିଷ୍ଟ ରିପୋର୍ଟ କମିଟି ପକ୍ଷରୁ ପ୍ରସ୍ତୁତ କରିଛନ୍ତି । ଆଗାମୀ ଦିନରେ ଏହି ଅଭିଯାନକୁ ଅଧିକ ଜୋରଦାର କରାଯିବ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି

Share in top social networks!
Powered By Indic IME