କ୍ଷୁଦ୍ର ବ୍ୟବସାୟକୁ ଦ୍ଵେତ ନିୟନ୍ତ୍ରଣ ରୁ ମୁକ୍ତ କରି ଜିଏସ୍ ଟି ଲାଗୁ କରାଯିବାକୁ ଓଡିଶାର ପ୍ରସ୍ତାବ

14 ASSAMBLY ENTER PRASANA ACHARYA.ASHOKଭାଟ ପରିବର୍ତ୍ତେ ଜିଏସ୍ ଟି ଲାଗୁହେବା ସମୟରେ ଛୋଟଛୋଟ ବ୍ୟବସାୟୀ ଓ ବ୍ୟବସାୟିକ ସଂସ୍ଥା ମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରଶାସନର ଦୈତ ନିୟନ୍ତ୍ରଣରେ ରଖହାଯିବାକୁ କେନ୍ଦ୍ରର ପ୍ରସ୍ତାବକୁ ଓଡିଶାର ଅର୍ଥମନ୍ତ୍ରୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ବିରୋଧ କରିଛନ୍ତି । ଉତ୍ତରାଖଣ୍ଡର ମୌସରୀ ଠାରେ ଚଳିତ ମଇ ମାସ ୧୦ଓ ୧୧ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଏହି ଦାବି ଉପସ୍ଥାପନ କରିଛନ୍ତି ।

ଏହି ଦୈତ ନିୟନ୍ତ୍ରଣ ଫଳରେ କ୍ଷୁଦ୍ର ବ୍ୟବସାୟୀ ମାନେ ହଇରାଣ ହେବାସହ ବ୍ୟବସାୟ ଓ ଅର୍ଥନୀତି ଉପରେ ଏହାର କୁପ୍ରଭାବ ପଡିବ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଏଣୁ ବାର୍ଷିକ ୫ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରୁଥିବା ବ୍ୟବସାୟିକ ସଂସ୍ଥାମାନଙ୍କର ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ଅଧୀନରେ ନ ରହି କେବଳ ରାଜ୍ୟସରକାରଙ୍କ ଅଧୀନରେ ରହୁ ବୋଲି ଓଡିଶା ସରକାରଙ୍କ ତରଫରୁ ଅର୍ଥମନ୍ତ୍ରୀ ଶ୍ରୀ ଆଚାର୍ଯ୍ୟ ବୈଠକରେ ଏହି ମତବ୍ୟକ୍ତ କରିଛନ୍ତି । ବିହାରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସୁଶୀଲ କୁମାର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶ ଗ୍ରହଣ କରି ମନ୍ତ୍ରୀ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଯେଉଁ କ୍ଷୁଦ୍ର ବ୍ୟବସାୟୀକ ସଂସ୍ଥା ର ବାର୍ଷିକ କାରବାର ୨୫ ଲକ୍ଷ ଟଙ୍କା ମଧ୍ୟରେ ରହିଛି ସେମାନଙ୍କୁ ଟିକସ ପରିସରର ବାହାରେ ରଖାଯିବା ଆବଶ୍ୟକ ।

କାରଣ ପ୍ରାୟ ୬୫ ଭାଗରୁ ଉର୍ଦ୍ଧ୍ଵ ବ୍ୟବସାୟୀ ଅତ୍ୟନ୍ତ କ୍ଷୁଦ୍ର ବ୍ୟବସାୟୀ ଗୋଷ୍ଠୀର ଅଟନ୍ତି ଏବଂ ସମଗ୍ର ଟିକସ ସଂଗ୍ରହର ମାତ୍ର ୩ ଭାଗ ସେମାନଙ୍କଠାରୁ ଆଦାୟ କରାଯାଇଥାଏ । ଏହି ବ୍ୟବସ୍ଥା ଫଳରେ ବଡବଡ ବ୍ୟବସାୟୀକ ପ୍ରତିଷ୍ଠାନ ଯେଉଁମାନେ କୋଟିକୋଟି ଟଙ୍କାର ଟିକସ ଫାଙ୍କିବାରେ ସଫଳ ହେଉଛନ୍ତି ସେମାନଙ୍କ ଉପରେ ସରକାର ଅଧିକ କଟକଣା ଓ ନଜର କେନ୍ଦ୍ରୀଭୂତ କରିପାରିବେ ଏବଂ ସାମଗ୍ରିକ କର ଆଦାୟ ବୃଦ୍ଧି ପାଇବ । ମନ୍ତ୍ରୀ ଶ୍ରୀ ଆଚାର୍ଯ୍ୟ ଆହୁରି ମତ ରଖିଛନ୍ତି ଯେ,ଜିଏସଟି ଲାଗୁହେବା ସମୟରେ ରାଜ୍ୟର ନିଜସ୍ୱ କଳା ଓ କାରିଗରୀ ଆଧାରରେ ପ୍ରସ୍ତୁତ ହେଉଥିବା ସାମଗ୍ରୀ ଗୁଡୁକୁ ଜିଏସ୍ ଟି ପରିସରରୁ ବାଦ ଦିଆଯିବା ଆବଶ୍ୟକ ।

ଏହାଫଳରେ ସ୍ଥାନୀୟ କାରିଗର ମାନଙ୍କ କଳାନୈପୁଣ କୁ ଉତ୍ସାହ ପ୍ରଦାନ କରାଯାଇପାରିବ ଏବଂ ଏହି ସାମଗ୍ରୀ ଗୁଡିକ କମ ଦରରେ ବଜାରରେ ଉପଲବ୍ଧ ହୋଇପାରିବ । ଏହା ବ୍ୟତୀତ କେନ୍ଦ୍ରସରକାରଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ହ୍ରାସ କରିଥିବା କେନ୍ଦ୍ରୀୟ ବିକ୍ରି ଦର ବାବଦରେ ରାଜ୍ୟ ସହିଥିବା କ୍ଷତି ପରିମାନଙ୍କୁ ପ୍ଯରବା ପ୍ରତିଶ୍ରୁତି ଅନୁଯାୟୀ କେନ୍ଦ୍ର ସରକାର ଯଥାଶୀଘ୍ର ପୂରଣ କରନ୍ତୁ ବୋଲି ରାଜ୍ୟ ସରକାରଙ୍କ ତରଫରୁ ଅର୍ଥମନ୍ତ୍ରୀ ଶ୍ରୀ ଆଚାର୍ଯ୍ୟ ଦୃଢ ଦାବି ଉପସ୍ଥାପନ କରିଛନ୍ତି । ଏହି ଦ୍ଵିଦିବସୀୟ ସମ୍ମିଳନୀରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀ ଙ୍କ ସମେତ କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଓଡିଶାର ଅର୍ଥମନ୍ତ୍ରୀଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଅର୍ଥ) ତଥା ଉନ୍ନୟନ କମିଶନର ଶ୍ରୀ ଯୁଗଳ କିଶୋର ମହାପାତ୍ର ଓ ବାଣିଜ୍ୟ କର କମିଶନର ଶ୍ରୀ ମନୋଜ ଆହୁଯା ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।

Share in top social networks!
Powered By Indic IME