ରାଜ୍ୟ ସରକାର ଖୁବ ଶୀଘ୍ର ଆଉ 6 ଟି ଜେଲ ଖୋଲିବେ

tn_6-5-2013=5ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟ ଠାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଜେଲ ସଂସ୍କାର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିରେ କଏଦୀ ମାନଙ୍କର ବିଭିନ୍ନ ସମସ୍ୟା,ଜେଲ ଗୁଡିକର ନିରାପତ୍ତା ,ଆଧୁନିକରଣ,ଆଦି ବିଭିନ୍ନ ବିଷୟରେ ଆଲୋଚନା କରାଯାଉଥିଲା । ଜେଲ କର୍ମଚାରୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ SHIFT DUTY ବ୍ୟବସ୍ଥା ପ୍ରଚଳନ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଏଥିପାଇଁ ଆବଶ୍ୟକ ଅଧିକ କର୍ମଚାରୀ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।

ଏହା ଦ୍ଵାରା ଜେଲ କର୍ମଚାରୀମାନେ ଆଠ ଘଣ୍ଟା ଲେଖାଏଁ ଦୈନିକ କାର୍ଯ୍ୟ କରିବେ । ବୈଠକ ରୁ ଜଣାଯାଇଛି ଯେ ବର୍ତ୍ତମାନ ରାଜ୍ୟରେ 85ଟି ଜେଲ ରହିଛି ଏବଂ ଖୁବ ଶୀଘ୍ର ଆଉ 6 ଟି ଜେଲ ସୋରୋ,ପାଣ୍ଡପୁର,କାଶୀପୁର,କଣ୍ଟାବାଞ୍ଜି,ଏବଂ ଏମଭି 79 ଠାରେ କାର୍ଯ୍ୟକ୍ଷମ କରାଯିବ । ଏତତ ବ୍ୟତୀତ ଜାମୁଝରି ଠାରେ prison academy ,ଯୁଯୁମରା ଓ ନୀଳଗିରି ଠାରେ ଆଉ ଦୁଇ ଗୋତୁ ମୁକ୍ତକାଶ କାରାଗାର ,ସୁନ୍ଦର ଗଡ ଓ କଟକ ଠାରେ ସଜା ଭୋଗୁ ଥିବା କଏଦୀ ମାନଙ୍କ ପାଇଁ 2ଟି ଆଦର୍ଶ କାରାଗାର ସହିତ ଭୁବନେଶ୍ଵର ଓ ରାଉରକେଲା ଠାରେ 2ଟି ନୂଆ circle ପାଇଁ ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ରାଜ୍ୟରେ ବିଭିନ୍ନ କାରାଗାରରେ ମୋଟ କଏଦୀ ମାନଙ୍କ ସଂଖ୍ୟା 14170 ଅଛି ଏବଂ କାରାଗାର ମାନଙ୍କରେ ସ୍ଥାନାଭାବ ଜନିତ ସମସ୍ୟା ନାହିଁ ବୋଲି ବୈଠକରେ ସୂଚନା ଦିଆଯାଇଛି ।

କାରାଗାରରେ କଏଦୀ ମାନଙ୍କ ଶିକ୍ଷା,ତଥା ଦକ୍ଷତା ବୃଦ୍ଧି ଏବଂ ଆଧ୍ୟାତ୍ମିକ ଭାବର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଅଛି । କଏଦୀ ମାନଙ୍କ ପିଲାମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ଏବଂ ଉଚିତ ଦେଖାଶୁଣା ପାଇଁ ଭୁବନେଶ୍ଵର ଠାରେ ଥିବା ହଷ୍ଟେଲ କୁ ଅଧିକ କ୍ରିୟାଶୀଳ କରିବା ,ବିଚାରାଧୀନ ବନ୍ଦୀ ମାନଙ୍କ ପାଇଁ ଆଇନଗତ ସହାୟତା,ମୁକ୍ତ ହେଉଥିବା କଏଦୀମାନଙ୍କ ପାଇଁ ଥଇଥାନ ପାଇଁ ବୃତିଗତ ଶିକ୍ଷା ,କାରାଗାରରେ ଶୃଙ୍ଖଳା ରକ୍ଷା ,ନିଷିଦ୍ଧ ଦ୍ରବ୍ୟଓ ମୋବାଇଲ ଆଦିର ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବା ଓ ଜେଲ ଗୁଡିକର ନିରାପତା ଆଦି ବିଭିନ୍ନ ବିଷୟରେ ବୈଠକରେ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା ।