ମୃତ୍ୟୁଦେହି

 

 

 

 

 

 

*ଶିଶିର କୁମାର ଭଟ୍ଟମିଶ୍ର*

 

ତମ ପାଇଁ

କେତେ ଚିତ୍ର ଆଙ୍କିଲି

ହେଲେ

ଗୋଟିଏ ବି ପସନ୍ଦ ହେଲାନି

ତମର ।।

 

ତମ ପାଇଁ

କେତେ ଗୀତ ଗାଇଲି

ହେଲେ

ସବୁ ଲାଗିଲା ବେସୁରା

ତମକୁ ।।

 

ତମ ପାଇଁ

କେତେ ପଦ୍ମତୋଳା ବୋଲିଲି

ତଥାପି

 ଦଂଶିଲ କପାଳକୁ

ପ୍ରସ୍ତୁତ ହେଲି

ଅନିବାର୍ଯ୍ୟ ମୃତ୍ୟୁ ପାଇଁ ।।

 

ମୃତ୍ୟୁ ହିଁ ତ କାମ୍ୟ

ଏବେ

ତମ ଦଂଶନରେ ବି ଛଳନା

ସବୁ ବିଷ ଉତାରିଲନି

ସେଥିପାଇଁ

ମରଣାନ୍ତକ ଜ୍ଵଳନ ସିନା

ମରୁନି ।।

Share in top social networks!