ସାବିତ୍ରୀ

 

 

 

 

 

 

 

*ଶଙ୍କର୍ଷଣ ପରିଡ଼ା*

 ନିଆରା ନର୍କ ଓ ପରିଚିତ ପୃଥିବୀର

ଅକ୍ଷାଂଶ ଦ୍ରାଘିମା ଡେଇଁ

ତୁମେ ଛୁଟି ଚାଲିଛ ପ୍ରଜ୍ଞାବତୀ

ପ୍ରଲମ୍ବିତ ସ୍ଵର୍ଗର ସିଡ଼ିରେ

ଧାଆଁ ଧପଡ଼ ଜାରି ରଖିଛ ଅନବରତ

ମୁଁ ମୁଗ୍ଧ ଚକିତ ବିମୋହିତ

ଏବଂ ଯେ କୌଣସି ଗୋଟିଏ ମାତ୍ର

ବର ଦେବାକୁ ପ୍ରସ୍ତୁତ ।।

 

ଜାଣି ରଖ ସତ୍ୟବତୀ ସାବିତ୍ରୀ

ତୁମ ପ୍ରିୟ ପ୍ରିୟତମ

ପତିଙ୍କର ଜୀବନ ବ୍ୟତୀତ

କଣ ମାଗୁଛ ମାଗ

ପ୍ରଜ୍ଞାବତୀ ପତିବ୍ରତା

ଅକୁଳାଣ ପୃଥିବୀ ଓ ଅପହଞ୍ଚ ସ୍ଵର୍ଗ

ପ୍ରତିଟି ମଣିଷର ଅଘୋଷିତ ଭାଗ୍ୟ

ନିରୁତ୍ତରିତ କିଆଁ ।।

 

ଦ୍ଵନ୍ଦ ଓ ଦୋଳନାରୁ ଉତୁରି ଆସ ସାବିତ୍ରୀ

ମାଗି ନିଅ ଦିବଙ୍ଗତ ପତିଙ୍କର

ଅନ୍ଧ ପିତାମାତା

ଦୃଶ୍ୟ ଭୋଗ୍ୟ ସୁବିଶାଳ ସାମ୍ରାଜ୍ୟ ଓ ସିଂହାସନ

ପୌପୁତ୍ରିୟ ସୁଖର ସୌଭାଗ୍ୟ

ତୁମେ ଯଦି ପତିତା ନୁହଁ ମାଗ

ତାରି ଭିତରେ ଲୁଚିଛି ତୁମ ଅହଂକାରର ସିଂହ ଭାଗ

ନାରୀତ୍ଵର ମହାନୀୟ ମହରଗ ବିଭବ ।।

Share in top social networks!
Powered By Indic IME