ସେପ୍ଟେମ୍ବର ପହିଲା ସୁଦ୍ଧାରାଜ୍ୟର ୧୩୦ ତହସିଲରେ ଇ-ଡିଷ୍ଟ୍ରିକ୍ଟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ

tn_27-4-2013=2ସେପ୍ଟେମ୍ବର ୨୦୧୩,ପହିଲା ସୁଦ୍ଧା ରାଜ୍ୟର ୧୩୦ ତହସିଲରେ ଏ-ଡିଷ୍ଟ୍ରିକ୍ଟ ଯୋଜନା କାର୍ଯ୍ୟକାରୀ କରାଯିବ । ଏତଦବ୍ୟତୀତ ଏହି ୧୩୦ ତହସିଲ ଓ ସବ-ରେଜିଷ୍ଟାର କାର୍ଯ୍ୟଳୟକୁ ମଧ୍ୟ OSWAN (Orissa state wide area network)ରେ ଅନ୍ତର୍ଭୁକ୍ତ କରାଯିବ । ଆଝି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି । ଇ-ଡିଷ୍ଟ୍ରିକ୍ଟ କାର୍ଯ୍ୟକ୍ରମ 201 ରେ ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାରେ ପାଇଲଟ ପ୍ରକଳ୍ପ ଆରମ୍ଭ କରାଯାଇଛି ।

ଏହି ଯୋଜାନାରେ Residence certificate,income certificate,solvency sertificate,caste certificate,ugaeher certificate,SEBC/OBC certificateଆଜି ବିଭିନ୍ନ ପ୍ରମାଣପତ୍ର ଏବଂ record of rights ର ନକଲ ଆଜି ଉପରୋକ୍ତ ଦୁଇଟି ଜିଲ୍ଲାରେ online ରେ ପ୍ରଦାନ କରାଯାଉଛି । ଏ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ୭୫୩୯୧ ଏବଂ ମୟୂରଭଞ୍ଜ ଜିଲ୍ଲାରେ ୯୫୭୭୫ ଟି ଇଲେକ୍ଟ୍ରୋନିକ ସାର୍ଟିଫିକେଟ ଦିଆଯାଇଛି । ସାର୍ଟିଫିକେଟ ଗୁଡିକରେ processing ସମୟରେ ଆବେଦନକାରୀଙ୍କୁ sms alert ମଧ୍ୟ ଦିଆଯାଇଥାଏ । ଏହାଦ୍ଵାରା ସମସ୍ତ ପ୍ରକ୍ରିୟାରେ ସ୍ଵଚ୍ଛତା ରଖାଯାଇଥାଏ ।

ଏହି ଇଲେକ୍ଟ୍ରୋନିକ ସାର୍ଟିଫିକେଟ ପ୍ରଦାନ ପ୍ରକ୍ରିୟା ସାରା ରାଜ୍ୟରେ ସମସ୍ତ ଜିଲ୍ଲାରେ ଶୀଘ୍ରକାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଉପୋରକ୍ତ ପ୍ରମାଣ ପତ୍ର ବ୍ୟତୀତ ରାଜସ୍ୱ,ମହିଳା ଓ ଶିଶୁ ବିକାଶ,ଖାଦ୍ୟଯୋଗାଣ ,ସ୍ୱାସ୍ଥ୍ୟ,ଅନୁସୂଚିତ ଜାତି ଜନଜାତି କାଲ୍ୟାଣ,ସ୍କୁଲ ଓ ଗଣଶିକ୍ଷା ,ଉଚ୍ଚଶିକ୍ଷା ଏବଂ ନିଯୁକ୍ତି ବିଭାଗ ଦ୍ଵାରା ପ୍ରଦାନ କରାଯାଇଥାଏ । ବିଭିନ୍ନ ସେବା ମଧ୍ୟ ଇ-ଡିଷ୍ଟିକ୍ଟି ଯୋଜନାରେ ଯୋଗାଇଦେବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । ଏହାଦ୍ଵାରା ସାଧାରଣ ଲୋକଙ୍କୁ ବିଭିନ୍ନ କାର୍ଯ୍ୟଳୟକୁ ବାରମ୍ବାର ଯିବାର ଆବଶ୍ୟକତା ରହିବ ନାହିଁ ।

ପରବର୍ତ୍ତୀ ସମୟରେ ଅଧିକ ସେବା ଯୋଗାଇଦିଆଯାଇଥାଏ । ସେହିପରି OSWAN କାର୍ଯ୍ୟକ୍ରମରେ ରାଜ୍ୟର 103ଟି ପୌରସଂସ୍ଥା ,177ଟି ସବରେଜିଷ୍ଟର ଜିଲ୍ଲା ରେଜିଷ୍ଟର 165ଟି ଟ୍ରେଜେରୀ ,375ଟି ସ୍ୱାସ୍ଥ୍ୟ ପ୍ରତିଷ୍ଠାନ,317ଟି ତହସିଲ,30ଟି ବ୍ଲକ,30ଟି DRDA ,58ଟି sub-collecter କାର୍ଯ୍ୟଳୟ ଆଦି 1255ଟି କାର୍ଯ୍ୟଳୟ ଅପ୍ରେଲ ୨୦୧୪ ସୁଦ୍ଧା ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ୨୧ଟି ବିଭାଗରେ ବର୍ତ୍ତମାନ ସୁଦ୍ଧା OSWAS network ରେ ଫାଇଲ କାର୍ଯ୍ୟ କରାଯାଉଛି ବୋଲି ବୈଠକରେ ସ୍ଥିର କ୍ରାଯାଇଥିଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ କୁମାର ପଟ୍ଟନାୟକ,ଉନ୍ନୟନ କମିଶନର ଶ୍ରୀ ଯୁଗଳକିଶୋର ମହାପାତ୍ର ଙ୍କ ସମେତ ରାଜସ୍ୱ,ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଉଆପସ୍ଥିତ ଥିଲେ ।

Share in top social networks!
Powered By Indic IME