କଣ୍ଟାବାଞ୍ଜି ବଲାଙ୍ଗିର ୪୨ ନଂ ରାଜପଥସଡକ ଦୁର୍ଘଟଣା ; ୨ ମୃତ,୨ ଗୁରୁତର

ବୁଧବାର ରାତି ପ୍ରାୟ ୧.୩୦ମି.ସମୟରେ କଣ୍ଟାବାଞ୍ଜି ବଲାଙ୍ଗିର ୪୨ ନଂ ରାଜପଥ କଣ୍ଟାବାଞ୍ଜି ଆଲିଶାନ ମ୍ୟାରେଜ ପ୍ୟାଲେସ ସାମ୍ନା ଏକ ଗଛରେ ପିକ୍ଅପ ଭ୍ୟାନ (or 03b 5344) ବାଡେଇହେବା ଫଳରେ ତରଭୁଜ ବ୍ୟବସାୟୀ ଆନନ୍ଦ ପଟ୍ଟନାୟକ(୪୨)ଘଟନା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ପିକ୍ଅପ ଡ୍ରାଇଭରଙ୍କ ସାନଭାଇ କପିଲ ବିଶ୍ଵାଳ(୨୪)କଣ୍ଟାବାଞ୍ଜିରୁ ପ୍ରାଥମିକ ଚିକିତ୍ସା କରି ପାଟଣାଗଡ ଉପଖଣ୍ଡ ଚିକିତ୍ସାଳଯରେ ଭର୍ତ୍ତି କରିଥିବା ସମୟରେ ମୃତ୍ୟୁ ହୋଇଯାଇଛି ।

ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ପ୍ରଶାନ୍ତ ତାଣ୍ଡିଙ୍କୁ କଣ୍ଟାବାଞ୍ଜି ଓ ଡ୍ରାଇଭର ଘନଶ୍ୟାମ ବିଶ୍ଵାଳ କୁ ବୁର୍ଲା ଡାକ୍ତରଖାନାରେ ଚିତସା କରାଯାଉଛି । ମରୁତ ଆନନ୍ଦଙ୍କ ଶବ କଣ୍ଟାବାଞ୍ଜି ଡାକ୍ତରଖାନାରେ ବ୍ୟବଚ୍ଛେଦକରି ତାଙ୍କ ଗ୍ରାମ ବେଲପଡା ଥାନା ରାଡବାହଲର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପୋଲିସ ସୂଚନା ଅନୁସାରେ ଗତକାଲି ଆନନ୍ଦ ପଟ୍ଟନାୟକ ତରଭୁଜ ବିକ୍ରୟ ପାଇଁ ଉକ୍ତ ପିକ୍ଅପ ରେ ରାଜଖରିଆରୁ ବିକ୍ରିକରି ରାତି ନିଜ ଘରକୁ ଫେରୁଥିବା ବେଳେ,ଆଲିସମ ମ୍ୟାରେଜ ପ୍ୟାଲେସ ପାଖରେ ଗାଡିର ବେରିଙ୍ଗ ଭାଙ୍ଗି ଯାଇ ଗାଡିର ଡାହାଣ ପାଖ ଚକ ବାହାରି ଯାଇଥିଲା । ଫଳରେ ପିକ୍ଅପ ଗାଡି ଭାରସାମ୍ୟ ହରାଇ ଗଛରେ ବାଡେଇ ହୋଇ ଦୁର୍ଘଟଣା ଘଟିଥିଲା । ଲିଙ୍ଗା ଏକ୍ସପ୍ରେସ ରୁ କୌଣସି ଏକ କାମରେ ରାୟପୁର ରୁ ଫେରି କଣ୍ଟାବାଞ୍ଜିରୁ ପ୍ରଶାନ୍ତ ତାଣ୍ଡି ନିଜ ଗାଁ ଚଟୁଅନକା ଯିବା ସକାଶେ ସ୍ଥାନୀୟ ଇନ୍ଦିରା ଛକରୁ ଲିଫ୍ଟ ମଙ୍ଗି ଉକ୍ତ ପିକ୍ଅପ ରେ ଆସୁଥିଲେ । କିନ୍ତୁ ପିକ୍ଅପ ଗାଡି ଦୁର୍ଘଟଣା ହେବା ଆଗରୁ ଗାଦୀରୁ ଡେଇଁପଡିଥିଲେ । ଫଳରେ ସେ ବାକି ଲୋକଙ୍କ ଅପେକ୍ଷା ଠିକ୍ ଥିବା ଦେଖାଯାଇଛି ।

Share in top social networks!
Powered By Indic IME