ନବୀନ ସରକାର ଅନୁସୂଚିତ ଜାତି ବିରୋଧୀ-ଡ. ସଞ୍ଜୟ ପାସୱାନ

02 B.J.P LEADER SANJAY PASWAN PRESS (1)ରାଜ୍ୟରେ କ୍ଷମତାସୀନ ନବୀନ ପଟ୍ଟନାୟକ ସରକାରରେ ଜଣେହେଲେ ଅନୁସୂଚିତ ଜାତି ବର୍ଗର ମନ୍ତ୍ରୀ ନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜଣକ । ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ଏହାକୁ ତୀବ୍ର ନିନ୍ଦା କରୁଛି । ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚାର ଜାତୀୟ ସଭାପତି ତଥା ପୂର୍ବତନ କେଙ୍ଗର ମନ୍ତ୍ରୀ ଡ.ସଞ୍ଜୟ ପାସୱାନ ପାର୍ଟି କାର୍ଯ୍ୟଳୟ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ।

ସେ କହିଛନ୍ତି ଯେ ରାଜ୍ୟରେ ଏତେ ସଂଖ୍ୟାରେ ଅନୁସୂଚିତ ଜାତି ବର୍ଗର ଜନସଂଖ୍ୟା ଥିବା ସର୍ଭେ ରାଜ୍ୟମନ୍ତ୍ରୀ ମଣ୍ଡଳରେ ଜଣେ ହେଲେ ଏହି ବର୍ଗର ମନ୍ତ୍ରୀ ନ ହେବା ଅତ୍ୟନ୍ତ ନିନ୍ଦନୀୟ । ଏହାକୁ ସେ ରାଜନୈତିକ ଅସ୍ପୃଶ୍ୟତା ବୋଲି କହିଛନ୍ତି । ରାଜ୍ୟରେ ଅନୁସୂଚିତ ଜାତି ଶ୍ରେଣୀର ଲୋକମାନଙ୍କ ପ୍ରତିବ ଅତ୍ୟାଚାର ବଢି ଚାଲିଥିବା ସେ ଅଭିଯୋଗ କରିଛନ୍ତି । ଡ.ସଞ୍ଜୟ ପାସୱାନ କହିଛନ୍ତି ଯେ ଆଗାମୀ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୧୦ ପ୍ରଶିଶତ ଭୋଟ ବଢାଇବାକୁ ଚେଷ୍ଟା କରୁଛି । ଏଥୀ ମଧ୍ୟରୁ ୪ ପ୍ରତିଶତ ଭୋଟ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ନିକଟରୁ ହାସଲ କରିବା ପାଇଁ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରୟାସ ଆରମ୍ଭ କରିଥିବା ସେ ପ୍ରକାଶ କରିଛନ୍ତି ।

ଅନୁସୂଚିତ ଜାତି ବର୍ଗର ଭୋଟ ମଧ୍ୟରୁ ଭାଜପାକୁ ବର୍ତ୍ତମାନ ୨୦ପ୍ରତିଶତ ଭୋଟ ମିଳୁଥିବା ବେଳେ କଂଗ୍ରେସକୁ ୩୦ପ୍ରତିଶତ ତଥା ଅନ୍ୟାନ୍ୟ କ୍ଷେତ୍ରୀୟ ଦଳ,ବାମପନ୍ଥୀ,ସମାଜବାଦୀ ତଥା ଜାତିବାଦୀ ଦଳ ମାନେ ବାଳକ ୫୦ ପ୍ରତିଶତ ଭୋଟ ହାସଲ କରୁଛନ୍ତି । ତେଣୁ ୮୦ ପ୍ରତିଶତ ଭୋଟରୁ ଭାଜପାକୁ ତାର ଭୋଟ ପ୍ରତିଶତ ବଢାଇବାକୁ ପଡିବ । ଓଡିଶାରେ ବିଜେପି ତଥା ଅନୁସୂଚିତ ଜାତି ମୋର୍ଚ୍ଚା ପାଇଁ ଭଲ ସମ୍ଭାବନା ରହିଛି । ତେଣୁ ପାର୍ଟିର ସଙ୍ଗଠନକୁ ସୁଦୃଢ କରିବାକୁ ସେ ଦଳୀୟ ପଦଧିକାରୀ ମାନଙ୍କୁ ଆହ୍ଵାନ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ରେ ବିଜେପି ର ପୂର୍ବତନ ରାଜ୍ୟ ସଭାପତି ବିମ୍ବାଧର କୁଆଁର ,ବିଜେପି ଅନୂସୂଚିତ ଜାତି ମୋର୍ଚାର ରାଜ୍ୟ ସଭାପତି ବାଇଧର ମଲିକ ପୂର୍ବତନ ମନ୍ତ୍ରୀ ପ୍ରତାପ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME