ବିଜୁ ଛାତ୍ର ଜନତା ଦଳର ଆଲୋଚନା ଚକ୍ର “ସଂଘୀୟ ଗଣତନ୍ତ୍ରରେ ଆଞ୍ଚଳିକ ବୈଷମ୍ୟ ପାଇଁ କେନ୍ଦ୍ରର ତୃଟିଗତ ନିଷ୍ପତି ଦାୟୀ କି”

ବିଜୁ ଛାତ୍ରଜନତା ଦଳ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ତା ୩.୫.୨୦୧୩ ଋଖ କଟକ ସହିଦ ଭାବନଠାରେ ଅନୁଷ୍ଠିତ ହେବ । “ସଂଘୀୟ ଗଣତନ୍ତ୍ରରେ ଆଞ୍ଚଳିକ ବୈଷମ୍ୟ ପାଇଁ କେନ୍ଦ୍ରର ତ୍ରୁଟି ଗତ ନିଷ୍ପତି ଦାୟୀ କି”ପ୍ରସଙ୍ଗରେ ବିସ୍ତ୍ରୁତ ଆଲୋଚନା ହେବ ।

ପୂର୍ବାହ୍ନ ୧୦ ଘଟିକା ସମୟରେ ହି ଆଲୋଚାନାଚକ୍ରକୁ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ତଥା ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ ଏହାକୁ ଆନୁଷ୍ଠାନିକଭାବେ ଏହାକୁ ଉଦଘାଟନ କରିବେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ଦାମୋଦର ରାଉତ,କୃଷି ଓ ନଗର ଉନ୍ନୟନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର,ଶକ୍ତି,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅରୁଣ ସାହୁ ଓ ସରକାରୀ ଉପମୁଖ୍ୟ ୫ ଟି ଦିଗ ୧-ମେଣ୍ଟ ରାଜନୀତିରେ ବାଧ୍ୟବାଧକତା ସଂଘୀୟ ଗଣତନ୍ତ୍ରର ଧର୍ମ ପାଳନରେ ଅନ୍ତରାୟ ୨ –ସ୍ଵାତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଓ ଯୋଜନା ଆୟୋଗର ରାଜନୀତିକରଣ ୩-ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ଓ କେନ୍ଦ୍ର ସରକାରଙ୍କ ଏକଛତ୍ରବାଦୀ ନିଷ୍ପତି୪-ଆନ୍ତରାଜ୍ୟ ଜଳ ବିବାଦ ଓ କେନ୍ଦ୍ରୀୟ ଜଳ ପରିଚାଳନା ଆୟୋଗ୫-କେନ୍ଦ୍ରର ସଂକୀର୍ଣ୍ଣ ରାଜନୈତିକ ମନୋଭାବ ଓ ରାଜ୍ୟର ରେଳ ଭିତ୍ତି ଭୂମି ସଂପର୍କରେ ବିସ୍ତ୍ରୁତ ଆଲୋଚନା କରିବେ ।

ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ସମେତ ରାଜ୍ୟର ୩୦ ଟି ଜିଲ୍ଲାରୁ ୧ ହଜାରରୁ ଉର୍ଦ୍ଧ ଛାତ୍ର ପ୍ରତିନିଧି ଏହି ଆଲୋଚନା ଚକ୍ରରେ ଯୋଗ ଦେବେ ବୋଲି ରାଜ୍ୟ ସଭାପତି ଶ୍ରୀ ବ୍ୟେମକେଶ ରାୟ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

Share in top social networks!
Powered By Indic IME