ସରକାରୀ ମେଡିକାଲ କଲେଜ: ସିଟ ସଂଖ୍ୟା ୪୫୦କୁ ବୃଦ୍ଧି

ଏ ବର୍ଷ ରାଜ୍ୟର ୩ଟି ସରକାରୀ ମେଡିକାଲ କଲେଜରେ ୪୫୦ ସିଟରେ ଛାତ୍ରଛାତ୍ରୀମାନେ ନାଁ ଲେଖାଇବେ। ଏଥିପାଇଁ ମେଡିକାଲ କାଉନସିଲ ଅଫ ଇଣ୍ଡିଆର ଅନୁମୋଦନ ମିଳିଛି। ପୂର୍ବରୁ କଟକ ଏସସିବି ମେଡିକାଲ କଲେଜ ୧୫୦ ସିଟ ପାଇଁ ଅନୁମୋଦନ ଲାଭ କରିଥିଲା। ଏ ବର୍ଷ ଭିଏସଏସ ବୁର୍ଲା ଓ ଏମକେସିଜି ମେଡିକାଲ କଲେଜର ୧୫୦ ଲେଖା ସିଟ ଏମସିଆଇର ଅନୁମୋଦନ ପାଇଛି। ଏଣିକି ନାମ ଲେଖା ପାଇଁ ଆଉ ଏମସିଆଇର ଅନୁମୋଦନ ଦରକାର ନାହିଁ ବୋଲି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ସ୍ୱାସ୍ଥ୍ୟ ସଚିବଙ୍କ କହିବ ଅନୁଯାୟୀ ଏହି ସବୁ କଲେଜ ପାଇଁ ୧୫୦ ଲେଖା ସିଟ ଅନୁମୋଦନ ଲାଭ କରିଥିବାରୁ ଏହି ସବୁ କଲେଜରେ ସ୍ଥାନ ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ୩ଟି କଲେଜର ଭିତ୍ତିଭୂମିର ବିକାଶ ପାଇଁ ୪୩୨ କୋଟି ଟଙ୍କା ବ୍ୟୟବରାଦ କରାଯାଇ କେନ୍ଦ୍ରକୁ ପ୍ରଦାନ କରାଯାଇଛି।

 

Share in top social networks!