ନୂଆ ପୋଲିସ ଡିଜି: ପ୍ରକାଶ ମିଶ୍ର

ରାଜ୍ୟ ସରକାର ପ୍ରକାଶ ମିଶ୍ରଙ୍କୁ ନୂଆ ପୋଲିସ ଡିଜି ଭାବରେ ନିଯୁକ୍ତି ଦେଇଛନ୍ତି। ପୋଲିସ ମହାନିର୍ଦ୍ଦେଶକ ଥିବା ମନମୋହନ ପ୍ରହରାଜଙ୍କୁ ଅଗ୍ନିଶମ ସେବାର ମହାନିର୍ଦ୍ଦେଶକ ସହ ହୋମଗାର୍ଡ କମାଣ୍ଡାଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଅଧିନକୁ ଡେପୁଟେଶନରେ ଯାଇଥିବା ଓଡ଼ିଶା କ୍ୟାଡରର ଆଇପିଏସ ମିଶ୍ର ଆସନ୍ତା 3-୪ ଦିନ ,ମଧ୍ୟରେ ଫେରି ଦାଇତ୍ଵ ଗ୍ରହଣ କରିବେ। ୧୯୭୭ ବ୍ୟଚର ଏହି ଆଇପିଏସ ଅଫିସର ୨୦୧୦ରେ କେନ୍ଦ୍ର ସରକାରଙ୍କ ଅଧିନକୁ ଡେପୁଟେସନରେ ଯାଇଥିଲେ। ବର୍ତ୍ତମାନ ସେ ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସର ମହାନିର୍ଦ୍ଦେଶକ ଭାବେ କାମ କରୁଛନ୍ତି।

 

Share in top social networks!