ମାଟିର ମଣିଷ କାଳିନ୍ଦୀ ଚରଣଙ୍କ ଜୟନ୍ତୀ ଉତ୍ସବ

କାଳଜୟୀ କବି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ତାଙ୍କ ନିଜ ଜନ୍ମସ୍ଥାନ ବାଲିପାଟଣାର ବିଶ୍ଵନାଥପୁରରେ ପାଳିତ ହୋଇଯାଇଛି। ରାଜ୍ୟ ସାହିତ୍ୟ ଏକାଡେମି ଓ ବିଶ୍ଵନାଥପୁରର ଯୁବଶକ୍ତି ଓ ସାଂସ୍କୃତିକ ପରିଷଦର ମିଳିତ ଅନୁକୂଲ୍ୟରେ ଏହାର ଆୟୋଜନ କରଯାଇଥିଲା। କବି କାଳିନ୍ଦୀ ଚରଣଙ୍କ ସାହିତ୍ୟରେ ଥିଲା ମାଟି ପ୍ରତି ମମତାର କଥା। ବିଶ୍ଵ ବିଜୟୀ ଲେଖା ପାଇଁ ସେ ଜୀବନ୍ତ ରହିବେ ବୋଲି କହିଥିଲେ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ଡ॰ ଶରତ ଚନ୍ଦ୍ର ରଥ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଡ॰ ଅବଦୁଲ ଓସିଦ ଖାଁ। ଇଞ୍ଜିନିୟର ପ୍ରମୋଦ କୁମାର ରାଉତ କାଳିନ୍ଦୀ ଚରଣଙ୍କୁ ରାଜ୍ୟର ଗର୍ବ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ତହସିଲଦାର କାହ୍ନୁ ଚରଣ ପରିଡ଼ା। କାଳିନ୍ଦୀ ଚରଣଙ୍କ ସାହିତ୍ୟ ପୃଥିବୀର ବିଭିନ୍ନ ଭାଷାରେ ଅନୁବାଦିତ ହୋଇଛି ଓ ସେ ବିଶ୍ଵ କବିର ମାନ୍ୟତା ପାଇବା କଥା ବୋଲି ସେ କହିଥିଲେ। ଏହି ଅବସରରେ ବାଲିପାଟଣା ପ୍ରେସ କ୍ଲବର ସଭାପତି ଦିଲ୍ଲୀପ କୁମାର ଓଝା ସମାଜସେବା ପାଇଁ ବିଶ୍ଵନାଥପୁରର ନିରଞ୍ଜନ ପାଣିଗ୍ରାହୀଙ୍କୁ ସମ୍ମାନିତ କରିଥିଲେ।

 

Share in top social networks!