“ମା’ ଦରୁଆଣୀ ଆଦର୍ଶ ମହିଳା ସମିତି ଆନୁକୁଲ୍ୟରେ ପ୍ରଥମ ବାର୍ଷିକ ଭାଗବତ ସପ୍ତାହ”

ମା’ଦରୁଆଣୀ ଆଦର୍ଶ ମହିଳା ସମିତି,ନୟାପଲ୍ଲୀ ଭୋଇ ସାହି ଆନୁକୁଲ୍ୟରେ ଗତ ୨୦ତାରିଖ ଶନିବାର ରେ ଆରମ୍ଭ ହୋଇଥିବା ଭାଗବତ ସପ୍ତାହ ଆସନ୍ତା ଶୁକ୍ରବାର ୨୬/୦୪/୨୦୧୩ ରେ ସମାପିତ ହେବ ବୋଲି ସମ୍ପାଦିକା ଶ୍ରୀମତୀ ମିନାଭୋଇ ପ୍ରକାଶ କରିଛନ୍ତି । ଶୁଦ୍ଧ ଜୀବନ,ଉଜ୍ଜ୍ଵଳ ଭବିଷ୍ୟତ ଓ ଦୁଃଖକଷ୍ଟର ନିରାକରଣ ପାଇଁ ଭାଗବତ ପଠନ ଓ ଶ୍ରବଣ ଏକମାତ୍ର ମହୋଷଧି ବୋଲି ଭକ୍ତ ସଂସ୍ଥାର ସଭାପତି ଶ୍ରୀମତୀ ସରୋଜିନୀ ଭୋଇ ଅନୁଭବ କରିଛନ୍ତି । ଏହି ମହିଳା ସମିତି ଗତ ୧୭ ବର୍ଷଧରି ଅନେକ ଗୁଡିଏ ସାଂସ୍କୃତିକ,ଆଧ୍ୟାତ୍ମିକ ଓ ସାମାଜିକ କାର୍ଯ୍ୟ କରିଆସୁଛନ୍ତି ।

ଆସନ୍ତା ୨୬/୦୪/୨୦୧୩ ଶୁକ୍ରବାର ଉଦ ଯାପିତ ଉତ୍ସବରେ ବହୁ ସାଧୁ,ଜ୍ଞାନୀ-ଗୁଣୀଜନ ଉପସ୍ଥିତ ହେବାର କାର୍ଯ୍ୟକ୍ରମ ରହିଥିବା ସମସ୍ତ ଭକ୍ତ ତଥା ନୟାପଲ୍ଲୀର ସମସ୍ତ ବାସିନ୍ଦା ଯୋଗଦାନ କରିବା ପାଇଁ ସମ୍ପାଦିକା ଅନୁରୋଧ କରିଛନ୍ତି । ନୟାପଲ୍ଲୀ ଭୋଇସାହିର ତ୍ରିନାଥ ଗୋସେଇଁ କମିଟିର ସମସ୍ତ କର୍ମକର୍ତ୍ତାମାନେ ଭଜନ ସଙ୍କୀର୍ତ୍ତନ ରେ ଭାଗ ନେଇଥିଲେ । ଏହି କାର୍ଯ୍ୟ କ୍ରମକୁ କମିଟିର ସଭାପତି ଶ୍ରୀଯୁକ୍ତ ମଇନ ଭୋଇ ପରିଚାଳନା କରିଥିଲେ ।

ଏହି ପ୍ରଥମ ବାର୍ଷିକ ଭାଗବତ ସପ୍ତାହକୁ ସଫଳ କରିବା ପାଇଁ “ରାଷ୍ଟ୍ରୀୟ ଦିବ୍ୟ ଚେତନା ପ୍ରତିଷ୍ଠାନ”ର ସମସ୍ତ କର୍ମକର୍ତ୍ତାମାନେ ପୃଷ୍ଠ ପୋଷାକତା କରିଛନ୍ତି,ଏବଂ ପ୍ରତ୍ୟେହ ସନ୍ଧ୍ୟାରେ ଭଜନ,କୀର୍ତ୍ତନ ଓ ଆଲୋଚନା ଆଦି କାର୍ଯ୍ୟକ୍ରମ ରେ ପ୍ରତ୍ୟକ୍ଷ ଭାଗ ନେଇଛନ୍ତି । ଭକ୍ତ ଶ୍ରୀଯୁକ୍ତ ହରିଶ୍ ଶର୍ମା ଭାଗବତର ମହତ୍ଵ ,ଅଭିପ୍ରାୟ ଏବଂ ଆବଶ୍ୟକତା ବିଷୟ ବିଷାଦ ଭାବରେ ବୁଝାଇଥିଲେ । ସମସ୍ତ ଶସ୍ତ୍ର ମଧ୍ୟରୁ ଶେଷ୍ଠ ଶସ୍ତ୍ର ହେଉଛି ‘ଭାଗବତ’ଏହା ସେ ସମ୍ପାଦନ କରିଥିଲେ । ରାଷ୍ଟ୍ରୀୟ ଦିବ୍ୟ ଚେତନାର ମୂଳଲକ୍ଷ୍ୟ ହେଉଛି ଓଡିଶାର ପୁରପଲ୍ଲୀ ରେ ଥିବା ଭାଗବତ ଟୁଙ୍ଗୀର ପୁନଉଦ୍ଧାର ଏବଂ ଭାଗବତ ର ପ୍ରଚାର ଓ ପ୍ରସାର ।

Share in top social networks!
Powered By Indic IME