ବୃଦ୍ଧାବସ୍ଥାରେ ସହାନୁଭୂତି ଲୋଡା

40805ଶୈଶବାରୁ ଆରମ୍ଭକରି ସ୍ଵୟଂ ସଂପୂର୍ଣ୍ଣ ବ୍ୟକ୍ତିର ପରିଣତହେବା ପର୍ଯ୍ୟନ୍ତ ଆମକୁ ମାର୍ଗଦର୍ଶନ କରିଆସୁଥିବା ଅଭିଭାବକଙ୍କୁ ପ୍ରତି ଅବହେଳା ପ୍ରଦର୍ଶନ କରିବା ଭଗବାନଙ୍କପ୍ରତି ଅପମାନ ବୋଲି କରିବାକୁହେବ । ଏହା ସତ୍ଵେ ବର୍ତ୍ତମାନର ସମାଜର ଅଭିଭାବକ ତଥା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ସନ୍ତାନ ମାନେ ଏପରି ଅବହେଳା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ‘ଳରେ ଆମ ସମାଜରେ ତିଷ୍ଠି ରହିବା ବରିଷ୍ଠ ନାଗରିକଙ୍କ ପାଇଁ ଦୁର୍ବିସହ ହୋଇ ପଡିଛି ।

ମୂଲ୍ୟବୋଧର ପାଟଣା ଘଟୁଥିବା ଆମ ସମାଜକୁ ଦିଗଦର୍ଶନ ଦେବାରେ ଏହି ବରିଷ୍ଠ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ସେମାନଙ୍କପ୍ରତି ଅବହେଳା ପ୍ରଦର୍ଶନ କରିବା ଯୋଗୁଁ ସମାଜପତନାଭିମୁଖୀ ହେଉଛି । ଦେଖାଯାଉଛି ଯେ ସନ୍ତାନ ସନ୍ତତିମାନେ ପରିଣତ ବୟସରେ ଉପନୀତ ହୋଇଥିବା ସେମାନଙ୍କ ଅଭିଭାବକ ତଥା ପିତାମାତାଙ୍କୁ ଅତି ଦଯନୀଯ ଅବସ୍ଥାରେ ଏକୁଟିଆ ଛାଡି ଦେଇ ଚାକିରିକୁ ପଳାଇଯାଉଛନ୍ତି । ଫଳରେ ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟ ସମସ୍ୟା ତଥା ମାନସିକ ଦୁଶ୍ଚିନ୍ତା ଦେଇ ଗତିକରୁଥିବା ବରିଷ୍ଠ ନାଗରିକଙ୍କ ସ୍ଥିତି ଦିନକୁ ଦିନ ବିପନ୍ନ ହୋଇପଡିଛି ।

ଏମାନଙ୍କୁ ସନ୍ତାନ ମାନଙ୍କ ସହାନୁଭୁତି,ସ୍ନେହ ଓ ସମ୍ମାନର ଆବଶ୍ୟକ ଥିବାବେଳେ ସନ୍ତାନମାନେ ଅମାନବୀୟ ଭାବରେ ନିଜର ଜନ୍ମଦାତା ଓ ଜନ୍ମଦାତ୍ରୀଙ୍କୁ ଅବହେଳିତ ନିଷ୍ପେସିତ ,ଭାବରେ ଛାଡି ଚାଲି ଯାଉଥିବା ଏହାଦ୍ଵାରା ସନ୍ତାନ ସନ୍ତତିମାନେ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରତି ଅବହେଳା ମୂଳକ ମନୋଭାବ ପ୍ରଦର୍ଶନ କରିବା ସହ ସାମାଜିକ ବିଶୃଙ୍ଖଳା ସୃଷ୍ଟିରେ ସହାୟକ ହେଉଛନ୍ତି ।

ଏପରିକି ଏହା ଆଗାମୀ ପିଢୀ ପାଇଁ ଏକ ଭୁଲ ବାର୍ତ୍ତା ଛାଡି ଯାଉଛନ୍ତି । ରବିବାରଦିନ ସ୍ଥାନୀୟ IMA hall ଠାରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଭାଗନେଇ ବହୁ ବରିଷ୍ଠ ବୁଦ୍ଧିଜୀବୀ ଏହି ମତବ୍ୟକ୍ତ କରିଛନ୍ତି । ସରସ୍ଵତୀ ଦୁଃଖିବାନ୍ଧବ ପିପୁଲସ୍ ଫାଉଣ୍ଡେସନ ପକ୍ଷରୁ ଏହି ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜର ସାଧାରଣ ପରିଚାଳକ ସୁରେଶ ଚନ୍ଦ୍ର ମହାନ୍ତି,ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଡଃ ବାସୁଦେବ କର,ଶିଶୁ ରୋଗ ବିଶେଷଜ୍ଞ ଶୈଳଜାନନ୍ଦନ ପରିଡା ,ମନସ୍ତତ୍ତ୍ଵବିତ ଫକିର ମୋହନ ସାହୁ,ଯୋଗଦେଇ ବରିଷ୍ଠ ନାଗରିକଙ୍କ ପ୍ରତି ସହାନୁଭୁତି ମନୋଭାବ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ଶେଷରେ ଅନୁଷ୍ଠାନର ଟ୍ରଷ୍ଟି ସୁବୋଧ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣା କରିଥିଲେ । ଏଥିରେ ବହୁ ସଂଖ୍ୟାରେ ବୃଦ୍ଧ ବୃଦ୍ଧା ,ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ଏବଂ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ ।

Share in top social networks!
Powered By Indic IME