ଗର୍ବରେ କୁହ ଆମେ ଭାରତୀୟ

ଗର୍ବରେ କୁହ ଆମେ ଭାରତୀୟ । ନଚେତ୍ ସମାଜରେ ନିଜର ପରିଚୟ ରହିବ ନାହିଁ । ଯେଉଁମାନେ ନିଜକୁ ଭାରତୀୟ ବୋଲି କହି ନିଜର ପରିଚୟ ରଖିଯାଇଛନ୍ତି ସେମାନେ ହେଉଛନ୍ତି ଆମର ପୂଜ୍ୟ ଓ ପ୍ରାତଃ ସ୍ମରଣୀୟ । ଭାରତୀୟ ସଂସ୍କୃତି ହେଉଛି ବହୁ ପୁରାତନ ମହାନ୍ ସଂସ୍କୃତି ।

ଏହାକୁ ନେଇ ଆମେ ଗର୍ବ ଅନୁଭବ କରିବା ଉଚିତ୍ । ଯେଉଣ୍ଡୀନ ବା ତିଥିର ସୃଷ୍ଟିର ସରଞ୍ଚନା ହୋଇଛି,ବ୍ରହ୍ମାଙ୍କ ଦ୍ଵାରା କାଳ ଗଣନାର ଆରମ୍ଭ ହୋଇଛି,କଳିଯୁଗର ଆରମ୍ଭ ହୋଇଛି ,ଶ୍ରେଷ୍ଠପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ ହୋଇଛି, ଶତାବ୍ଦ ଆରମ୍ଭ ହୋଇଛି ,ମହାନ ଧାର୍ମିକ ରାଜା ବିକ୍ରମାଦିତ୍ୟଙ୍କ ସିଂହାସନ ଆହୋରାଣ ବା ବିକ୍ରମ ସମ୍ବତ୍ ଆରମ୍ଭ ହୋଇଛି ,ସେହିଦିନ ହିଁ ଆମ ପାଇଁ ବର୍ଷର ଆରମ୍ଭ ଦିନ,ଆନନ୍ଦ ଉଲ୍ଲାସର ଦିନ –ଭାରତୀୟ ନୂଆ ବର୍ଷ । ଏହି ପୂଣ୍ୟ ତିଥିରେ ହିଁ ସଂଘ ଶକ୍ତିର ସୃଷ୍ଟିକର୍ତ୍ତା ମହାନ ଦେଶଭକ୍ତ କେଶବ ବଳିରାମ ଙ୍କ ଜନ୍ମ ।

ନିଜକୁ ଭାରତୀୟ ବୋଲି ପରିଚୟ ରଖୁଥିବା ସମସ୍ତ ବ୍ୟକ୍ତି ଏହାକୁ ଭୁଲିଯିବା ଅନୁଚିତ । ଆମର ସାଂସ୍କୃତିକ,ଆଧ୍ୟାତ୍ମିକ,ସାମାଜିକ ଓ ଧାର୍ମିକ ଚେତନାର ଦୃଢ ଅବକ୍ଷୟ ଯୋଗୁଁ ରାଷ୍ଟ୍ରୀୟତା,ଭାରତୀୟ ଏକତା ଓ ଅଖଣ୍ଡତାର ପ୍ରତୀକ ସୃଷ୍ଟିକଳ୍ପର ଏହି ପ୍ରାରମ୍ଭ ଦିବସକୁ ଆମେ ଆନଦ ଉଲ୍ଲାସରେ ପାଳନ କରିବା ପରିବର୍ତ୍ତେ କୌଣସି ମହାନତା ନ ଥିବା ଇଂରେଜ ନୂଆବର୍ଷକୁ ବିଶେଷଭାବେ ଅଗ୍ରାଧିକାର ଦେଇ ସେହିଦିଗରେ ସୃଷ୍ଟିର ବିକାଶ ପାଇଁ ସମସ୍ତ ପ୍ରକାର କୁକର୍ମମାନ କରି ଆସୁଚେ ।

ଏହି କାର୍ଯ୍ୟକ୍ରମରେ ଧର୍ମ ଜାଗରଣର ବିଭାଗ ସଂଯୋଜକ ସନ୍ତୋଷ ପ୍ରଧାନ ,ବିଶ୍ଵହିନ୍ଦୁ ପରିଷଦର କେଶବ ଚନ୍ଦ୍ର ରାଉତରାୟ,ଭାରତୀୟ ମଜଦୁର ସଂଘର ଚନ୍ଦ୍ରଭାନୁ ବରାଡ,ସଂଘର ନଗର କାର୍ଯ୍ୟ ନିର୍ବାହ ନରସିଂହ ସାହୁ,ଜିଲ୍ଲା ପ୍ରଚାରକ ବିଜୟ ପ୍ରଧାନ,ଶିଶୁ ମନ୍ଦିର ପ୍ରଧାନ୍ନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ,ଡଃ ରମେଶ ଦାସ,ଅଧ୍ୟାପକ ଉମାକାନ୍ତ ଶତପଥୀ ସମେତ ଗାୟତ୍ରୀ ପରିବାର ଏବଂ ଅନ୍ୟାନ୍ୟ ସଂଗଠନ ର ବହୁ କର୍ମକର୍ତ୍ତାମାନ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସ୍ଥାୟୀ ଜିଲ୍ଲା କାର୍ଯ୍ୟଳୟ ର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ପାଇଁ ଚୁଡାନ୍ତ ନିସପାତତି ନିଆଯାଇଥିଲା ।

Share in top social networks!
Powered By Indic IME