ଯୁକ୍ତ ୨: ଆସନ୍ତା ୬ ଯାଏ ପୁନଃ ମୂଲ୍ୟାୟନ ଆବେଦନ ତାରିଖ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଫଳର ପୁନଃ ମୂଲ୍ୟାୟନ ପାଇଁ ଆବେଦନର ତାରିଖ ବଢାଯାଇଛି। ପୁନଃ ମୂଲ୍ୟାୟନ ପାଇଁ ଆବେଦନର ଶେଷ ତାରିଖ ଥିଲା ଜୁନ ୨୯। ଅଧିକ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରୁଥିବାରୁ ସେମାନଙ୍କ ସୁବିଧା ପାଇଁ ଏହାକୁ ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା ୬ ତାରିଖ ଯାଏ ଛାତ୍ରଛାତ୍ରୀ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିପାରିବ।

Share in top social networks!