ଭାରତୀୟ ରାକେଟଲନ ଦଳରେ ରାକେଶ ପ୍ରଧାନ

ଅନୁଗୋଳର ରାକେଶ ପ୍ରଧାନ ଭାରତୀୟ ରାକେଟଲନ ଦଳରେ ମନୋନୀତ ହୋଇଛନ୍ତି। ଭିଏନାରେ ୫-୮ ତାରିଖ ଯାଏ ହେବାକୁ ଥିବା ବିଶ୍ଵ କ୍ରୀଡ଼ା ଉତ୍ସବ ଏବଂ ବୁଲଗେରିଆର ସୋଫିଆ ଠାରେ ୧୨-୧୫ ତାରିଖ ଯାଏ ହେବାକୁ ଥିବା ରାକେଟଲନ ବିଶ୍ଵକପରେ ସେ ଭାଗନେବେ। ବିଶ୍ଵ କ୍ରୀଡ଼ା ଉତ୍ସବରେ ୧୩ଟି କ୍ରୀଡ଼ାରେ ପ୍ରତିଯୋଗିତା ହେବ, ଏଥିରୁ ରାକେଟଲନ ଗୋଟିଏ। ଟେବୁଲ ଟେନିସ, ବ୍ୟାଡମିଣ୍ଟନ, ସ୍କୁଆଶ ଓ ଲନ ଟେନିସକୁ ନେଇ ରାକେଟ ଲନ ଖେଳାଯାଏ। ଏଥିରେ ସିଙ୍ଗଲ୍ସ ଓ ଡବଲ୍ସ ଇଭେଣ୍ଟ ଆୟୋଜିତ ହୋଇଥାଏ। ରାକେଶ ଡବଲ୍ସ ଇଭେଣ୍ଟରେ ଭାଗନେବେ ବୋଲି ରାକେଟଲନ ଫେଡେରେଶନ ଅଫ ଇଣ୍ଡିଆର କାର୍ଯ୍ୟନିର୍ବାହୀ ସଭାପତି ମନୋରଞ୍ଜନ ମିଶ୍ର କହିଛନ୍ତି।

 

Share in top social networks!