ଆଞ୍ଚଳିକ ବିଜ୍ଞାନ ସଂଗ୍ରହାଳୟ : ବଢୁଛନ୍ତି ପର୍ଯ୍ୟଟକ

୨୦୧୧-୧୨ ଜୁନ ମାସ ମଧ୍ୟରେ ଆଞ୍ଚଳିକ ବିଜ୍ଞାନ ସଂଗ୍ରହାଳୟକୁ  ଆସିଛନ୍ତି  ପ୍ରାୟ ୧ ଲକ୍ଷ ୬୦ ହଜାର ପର୍ଯ୍ୟଟକ। ୨୦୦୯-୧୦ ରେ ଆସିଥିଲେ ୧ ଲକ୍ଷ ୩୭ ହଜାର ୫୪୦ ଜଣ ପର୍ଯ୍ୟଟକ। ୨୦୦୪ ମସିହାରେ ସଂଗ୍ରହାଳୟକୁ ଯେତିକି ପରିମାଣର ପର୍ଯ୍ୟଟକ ଆସିଥିଲେ ବର୍ତ୍ତମାନ ପର୍ଯ୍ୟଟକଙ୍କ ସଂଖ୍ୟା ଏହାର ୮ ଗୁଣ। ତେଣୁ ଏହାକୁ ଆଖିଆଗରେ ରଖି ଏବେ ଏକ ବିଶାଳକାୟ ତିମିର କଙ୍କାଳ ସଂଗ୍ରହାଳୟରେ ସ୍ଥାନ ପାଇବ ଯାହାକୁ ଆସନ୍ତା ଅଗଷ୍ଟରେ ସଂଗ୍ରହାଳୟ ପ୍ରତିଷ୍ଠା ଦିବସରେ ଉଦଘାଟନ କରାଯିବ ବୋଲି କହିଛନ୍ତି ସଂଗ୍ରହାଳୟର ମୁଖ୍ୟ ଡି॰ଏନ॰ ଇନ୍ଦ୍ରେସା। ଏହି ମୃତ ତିମିକୁ ୨୦୧୦ ମସିହାରେ ଗୋପାଳପୁର ସମୁଦ୍ରକୂଳରୁ  ଉଦ୍ଧାର କରଯାଇଥିଲା। ସେତେବେଳେ ଏହାର ଲମ୍ବ ଥିଲା ୪୭ ଫୁଟ ହେଲେ ଏବେ ତିମିକୁ ନୂତନ ରୂପ ଦିଆଯାଇଥିବାରୁ ଏହାର ଲମ୍ବରେ ହ୍ରାସ ଘଟିଛି। ସେହିପରି ଏବେ କିଛିଦିନ ତଳେ ବ୍ରହ୍ମପୁର ସମୁଦ୍ରକୂଳରୁ ଉଦ୍ଧାର କରାଯାଇଥିବା ବଜ୍ରକାପ୍ତା ମଧ୍ୟ ଉକ୍ତ ଗ୍ୟାଲେରୀରେ ସ୍ଥାନ ପାଇବ ବୋଲି ଜଣାପଡ଼ିଛି।

 

Share in top social networks!