ଯୁକ୍ତ ଦୁଇ ସ୍ତରରେ ସବୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଲାପଟପ ଯୋଗାଇଦିଆଯିବ

cmodishayouthpolicy3ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ନୂତନ ରାଜ୍ୟଯୁବନୀତି-୨୦୧୩ର ଶୁଭାରମ୍ଭ କରିଥିଲେ । ଏହିଅବସରରେ ଉଦ୍ ବୋଧନ ଦେଇ ମୁଖ୍ୟମନ୍ତ୍ରୀକହିଥିଲେ ଯେ ରାଜ୍ୟର ଲୋକସଂଖ୍ୟାର ୪୨ପ୍ରତିଶତ ହେଉଛନ୍ତି ଯୁବାବର୍ଗ । ତେଣୁ ଶିକ୍ଷା,ତାଲିମ,ଶାରୀରିକ ଦକ୍ଷତା ଆଦି କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ରାଜ୍ୟର ସାମାଜିକ ,ଆର୍ଥିକ,ରାଜନୈତିକ ଓ ସାଂସ୍କୃତିକ ପ୍ରକ୍ରିୟାର କେନ୍ଦ୍ରରେ ରଖିବା ଏହି ନୂତନା ଯୁବନୀତିର ଉଦ୍ଦେଶ୍ୟ ।

ଏଥିରେ ସମାନତା ଓ ଲିଙ୍ଗଗତ ବୈଷମ୍ୟ ହାର କରାଯିବା ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି । ଏହିନୀତି ମହିଳା,ଏସଟିଏସି ଓ ସଂଖ୍ୟାଲଘୁ ବରଗଡ଼ ଛାତ୍ରଛାତ୍ରୀ ,ସ୍କୁଲ ଛାଡିଥିବା ଯୁବକ,ବେକାର ଯୁବକ,ଭିନ୍ନକ୍ଷମ ଯୁବକ ଯୁବତୀଙ୍କ ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ନୂତନ ଯୁବନୀତିର ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ computer savy କରିବା ପାଇଁ ଯୁକ୍ତ ଦୁଇ ସ୍ତରରେ ରାଜ୍ୟର ସବୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଲାପଟପ ଯୋଗାଇଦିଆଯିବ ।

ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଏବଂ ଏସଟି ଏସି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସ୍ଵତନ୍ତ୍ର ଧ୍ୟାନ ଦିଆଯିବ । ପ୍ରତିକଲେଜରେ carrier counselling centre ପ୍ରତିଷ୍ଠା କରାଯିବ । ଉଚ୍ଚଶିକ୍ଷା ତଥା ବୃତ୍ତିଗତ ଶିକ୍ଷା ପାଇଁ ବୃତ୍ତି ପ୍ରଦାନ କରାଯିବ । ବିଜୁ ଯୁବ ଶକ୍ତି କରଣ ଯୋଜନା ଗ୍ରାମାଞ୍ଚଳ କୁ ସମ୍ପ୍ରସାରିତ କରାଯିବ ଏବଂ ଗ୍ରାମାଞ୍ଚଳର ୟୁଥକ୍ଲବ ମାନଙ୍କୁ ଦଶହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ଦିଆଯିବ । Drop out ରୋକିବା ପାଇଁ state institute of schooling ପ୍ରତିଷ୍ଠା କରାଯିବ । ସବୁ secondary ସ୍କୁଲରେ କମ୍ପୁଟର ଶିକ୍ଷାର ବିକାଶ କରାଯିବ ।

ଆଦିବାସୀ ଛାତ୍ରୀମାନଙ୍କୁ convergence allowance ଦିଆଯିବ । ମିସନ ଯୁବ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ ଯୁବକ ମାନଙ୍କ ପାଇଁ ଆତ୍ମନିଯୁକ୍ତି ର ସୁଯୋଗ ସୃଷ୍ଟିକରାଯିବ । କ୍ରିଡାର ବିକାଶ ପାଇଁ ସ୍ଵତନ୍ତ୍ର ଧ୍ୟାନ ଦିଆଯିବ । ବିଦ୍ୟାଳୟ ମାନଙ୍କରେ କ୍ରିଡା ଓ ଶାରୀରିକ ଶିକ୍ଷା ଉପରେ ଗୁରୁତ୍ଵ ଦିଆଯିବ ଏବଂ sport authority of odisha ଗଠନ କରାଯିବ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ,କ୍ରିଡାଦିତ ଅନୁରାଧା ବିଶ୍ଵାଳ,ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରମୁଖ ୧୨ ଜଣ ଙ୍କୁ ନୂତନ ଯୁବନୀତିର ଦସ୍ତାବିତ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ,ବିଭିନ୍ନ ବିଭାଗର ପ୍ରମୁଖ ଶାସନ ଓ ଶାସନ ସଚିବ ଗଣ ,ନିମନ୍ତ୍ରିତ ଅତିଥିବୃନ୍ଦ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME