ଜଟଣୀ ତହସିଲର ଚଣ୍ଡୀହୋତା ମୌଜାର ୮୭.୫୫୦ ଏକର ସରକାରୀ ଜମିର ପୁନରୁଦ୍ଧାର ପାଇଁ ନିର୍ଦେଶ

jataniland୧୯୮୦-୮୧ ମସିହାରେ ଓଡିଶା ସରକାର ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅନଗ୍ରସରବ୍ୟକ୍ତି ମାନଙ୍କ ପାଇଁ economic rehabilitation of rural poor(errp)ଯୋଜନା ପ୍ରବର୍ତନ କରିଥିଲେ । ଏହି ଯୋଜନା ଅନୁଯାୟୀ ତହସିଲ ତରଫରୁ ଚଣ୍ଡିହୋତା ମୌଜାରେ ୪୨ ଜଣ ଲୋକଙ୍କୁ ୨ ଏକରରୁ କିଛି ଅଧିକ ହିସାବରେ ମୋଟ ୮୭.୫୫୦ ଏକର ଜମିର ଦଫାୟତି ଅଧିକାର ପ୍ରଦାନ କରାଯାଇଥିଲା ।

ସେହି ଅଧିକାର ଅନୁଯାୟୀ ହିତାଧିକାରୀ ମାନେ ସେହି ଜମି ଉପରେ ଥିବା ବୃକ୍ଷର ଫଳ,ପାତ୍ର,ପୁଷ୍ପ ଓ ଜାଳେଣୀ କାଠ ବ୍ୟବହାର ପାଇଁ ହକଦାର ହେଉଥିଲେ । ମୋନତୁ ସେମାନଙ୍କର ଏହି ଜମି ଉପରେ କୌଣସି ସତ୍ଵାଧିକାର ସାବ୍ୟସ୍ତ କରିବାର ବ୍ୟବସ୍ଥା ନଥିଲା । କିନ୍ତୁ ଏହି ହିତାଧିକାରୀ ମାନେ ଚଣ୍ଡୀ ହୋତା ମଉଜା ବନ୍ଦୋବସ୍ତ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଦଫାୟତି ଅଧିକାରକୁ ଭିତ୍ତିକରି ଜମି ଉପରେ ସମ୍ପୂର୍ଣ ସତ୍ଵାଧିକାର ହାସଲ ପାଇଁ ମାନ୍ୟବର ଓଡିଶା ହାଇକୋର୍ଟରେ ଆବେଦନ କଲେ ।

ମାନ୍ୟବର ଉଚ୍ଚ ନ୍ୟାଳୟ ତହସିଲଦର,ଜଟଣିଙ୍କୁ ଆଇନ ଅନୁଯାୟୀ ସେମାନଙ୍କ ଦାବି ପୂରଣ ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଲେ । ସେହି ଜମିର ସରଜମିନ ତଦନ୍ତ ରାଜସ୍ୱ ବିଭାଗର ସ୍ପେଶିଆଲ ସେଲ ଦ୍ଵାରା କରାଗଲା ଏବଂ ଏଥିରୁ ଜଣାଗଲା ଯେ ଏହି ଜମି infocity-IIର ପାର୍ଶ୍ଵବର୍ତୀ ଏବଂ ଅତ୍ୟନ୍ତ ମୁଲ୍ୟବାନ ଜାଗା । ଏବଂ ଏହି ଜାଗା କିଛି ହିତାଧିକାରୀମାନଙ୍କର ଫଳଭୋଗ ନିମନ୍ତେ ବ୍ୟବହାର କରାଯାଉନାହିଁ । ବିଭିନ୍ନ ଗୋଷ୍ଠୀ ଏହାକୁ ନିଜଅକ୍ତିଆରକୁ ନେବାକୁ ଚେଷ୍ଟା କରୁଛନ୍ତି । ଏହା ସରକାରଙ୍କ ଦୃଷ୍ଟିକୁ ଆସିବାରୁ ଏବଂ ଦଫାୟତି ଅଧିକାରର ସର୍ତ୍ତାବଳୀ ଉଲଙ୍ଘନ କରାଯାଉ ଥିବାରୁ ଜଟଣୀ ତହସିଲଦାରଙ୍କ ଦ୍ଵାରା ଏହି ଜମିକୁ ଆଇନାନୁମୋଦିତ ପନ୍ଥାରେ ପୁନଶ୍ଚ ସରକାରଙ୍କ ଦଖଲକୁ ଆଣିବା ନିମନ୍ତେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ନିର୍ଦେଶ ପ୍ରଦାନ କରିଛନ୍ତି ।

Share in top social networks!
Powered By Indic IME