ପଞ୍ଚାୟତି ସଶକ୍ତିକରଣ କାର୍ଯ୍ୟକ୍ରମରେ ଓଡିଶା ଦେଶରେ ଚତୁର୍ଥ

cmutkaldivasଗ୍ରାମସଭା ସଶକ୍ତିକରଣ କାର୍ଯ୍ୟ କ୍ରମର ସଫଳ ରୂପାୟନ ସକାଶେ ଓଡିଶା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଛି । ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ଵାରା ପ୍ରୟୋଜିତ ପଞ୍ଚାୟତ ସଶକ୍ତିକରଣ ଓ ଉତ୍ତର ଦାୟିତ୍ଵ ପ୍ରୋତ୍ସାହନ ଯୋଜନାରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ବିଭାଗକୁ ୨୦୧୨ -୧୩ ଆର୍ଥିକ ବର୍ଷରେ ସଫଳ କାର୍ଯ୍ୟନ୍ଵୟନ ପାଇଁ ସର୍ବଭାରତୀୟ ସ୍ତରରେ ମନୋନୀତ କରାଯାଇ ଏଥିପାଇଁ ୧ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି ବୋଲି ପଞ୍ଚାୟତି ରାଜ ମନ୍ତ୍ରୀ ଶ୍ରୀ କଳ୍ପତରୁ ଦାସ ପ୍ରକାଶ କରିଛନ୍ତି ।

ଏଠି ସହିତ ରାଜ୍ୟର ୭ ଗୋଟି ପଞ୍ଚାୟତିରାଜ ଅନୁଷ୍ଠାନକୁ ୨୦୧୨ -୧୩ ଆର୍ଥିକ ବର୍ଷରେ ସଫଳ ନ୍ଵୟନ ନିମନ୍ତେ ୧. ୩୨ କୋଟି ଟଙ୍କା ଆର୍ଥିକ ପୁରସ୍କାର ଭାରତ ସରକାର ଘୋଷଣା କରିଛନ୍ତି । ଗଞ୍ଜାମ ଜିଲ୍ଲା ପରିଷଦ ଏବବାଦକୁ ୪୦ ଲକ୍ଷ,ପଞ୍ଚାୟତ ସମିତିସ୍ତରରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳୀକାଟୁ ଏବଂ ନବରଂଗ ପୁରା ପଞ୍ଚାଯତ ସମିତି ପ୍ରତେକ ୨୦ ଲକ୍ଷ ଟଙ୍କା ପାଇବେ । ଇରେଣ୍ଡ୍ରା ଗ୍ରାମପଞ୍ଚାଯତ ଓ ନବରଙ୍ଗପୁର ଜିଲ୍ଲାର ବାଘ ସିଭନୀ ଗ୍ରାମ ପଞ୍ଚାୟତ ପ୍ରତ୍ୟେକ ୧୩ ଲକ୍ଷ ଟଙ୍କା ପ୍ୟରସ୍କାର ବାବଡକୁ ପାଇବେ ବୋଲି ଘୋଷଣା କରାଯାଇଛି । ଏହି ପୁରସ୍କାର ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ଵାରା ଆସନ୍ତା ଅପ୍ରେଲ ୨୪ ତାରିଖ ଦିନ ନୂଆଦିଲ୍ଲୀ ଠାରେ ଆୟୋଜିତ ହେବାକୁ ଥିବା ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ପ୍ରଦାନ କରାଯିବ ।