ରାଜ୍ୟସ୍ତରୀୟ ଓଡିଶା ଦିବସ ସମାରୋହ ପ୍ରଥମ ଥର ପାଇଁ ଆକର୍ଷଣୀୟ ଲେଜର ସୋ

1-4-2012=9ରାଜ୍ୟସ୍ତରୀୟ ଓଡିଶା ଦିବସ ସମାରୋହ ଭୁବନେଶ୍ଵର ସ୍ଥିତ ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ମହା ସମାରୋହରେ ଆୟୋଜିତ ହେଉଛି । ଅପ୍ରେଲ ୧ତାରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ବାଚସ୍ପତି ପ୍ରଦୀପ କୁମାର ଅମାତ ଙ୍କ ସଭାପତିତ୍ଵରେ ଏହି ସାଧାରଣ ସଭାରେ ଶକ୍ତି,ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଅରୁଣ କୁମାର ସାହୁ,ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ,ବିଧାୟକ ସର୍ବଶ୍ରୀ ଭାଗିରଥି ବଡଜେନା,ଅଶୋକ ଚନ୍ଦ୍ର ପଣ୍ଡା ଓ ବିଜୟ କୁମାର ମହାନ୍ତି ସମ୍ମାନନୀୟ ଅତିଥି ଭାବେ ଯୋଗ ଦେବେ ।

ଓଡିଶୀ,ସମ୍ବଲପୁରୀ,ଘୁମୁରା,ଛଉ,ଗୋଟିପୁଅ,ଶଙ୍ଖ-ରଣପା ନୃତ୍ୟ ସହ ଓଡିଶାର ବିଶିଷ୍ଠ କଣ୍ଠଶିଳ୍ପୀ ଙ୍କ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯିବ । ଓଡିଶାର ଇତିହାସ,ସ୍ଵତନ୍ତ୍ର ଓଡିଶାର ଗଠନର ଇତିବୃତ୍ତ,ଐତିହ୍ୟ,ପରମ୍ପରା ଓ ବିକାଶ କଥାବସ୍ତୁ ସମ୍ବଳିତ ଆକର୍ଷଣୀୟ ଲେଜର ସୋ ପ୍ରଥମ ଥର କରି ଆୟୋଜନ କରାଯାଇଛି । ପୂର୍ବାହ୍ନ ଘ. ୧୦.୩୦ ରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ଇତିହାସ ଓ ଓଡିଶାର ବରପୁତ୍ର ମାନଙ୍କର ଜୀବନୀ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀକୁ ଶକ୍ତି,ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଅରୁଣ ସାହୁ ଉଦ୍ ଘାଟନ କରିବେ ।

ସଭାକାର୍ଯ୍ୟ ଆରମ୍ଭ ଓ ଶେଷରେ ଓଡିଆ ଦେଶାତ୍ମୋବୋଧକ ସଙ୍ଗୀତ ଧୁନ୍ ପୋଲିସ୍ ବ୍ୟାଣ୍ଡପାର୍ଟି ଦ୍ଵାରା ପରିବେଷଣ କରାଯିବ । ‘ଉତ୍କଳ ପ୍ରସଙ୍ଗ’ ଓ ‘’ଓଡିଶା ରିଭ୍ୟୁ’ର ଓଡିଶା ଦିବସ ବିଶେଷାଙ୍କ ଉନ୍ମୋଚିତ ହେବା ସହ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତି ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ରେଡକ୍ରସ୍ ପୁରସ୍କାର ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ । ଓଡିଶା ଦିବସରେ ସକାଳ ଘ.୫.୩୦ରୁ ୬.୩୦ ପର୍ଯ୍ୟନ୍ତ ଭୁବନେଶ୍ଵର ମହାନିଗମ ଅନ୍ତର୍ଭୁକ୍ତ ଅଞ୍ଚଳରେ ‘ବନ୍ଦେ ଉତ୍କଳ ଜନନୀ’ସଙ୍ଗୀତ ବାଦନ କରାଯିବ । ବିଭିନ୍ନ ସରକାରୀ ସଂସ୍ଥା ,ଅର୍ଦ୍ଧ ସରକାରୀ ସଂସ୍ଥା ,କେନ୍ଦ୍ର ସରକାରଙ୍କ କାର୍ଯ୍ୟଳୟ ,ବ୍ୟାଙ୍କ ଆଦି ସେମାନଙ୍କ କାର୍ଯ୍ୟଳୟ ସୌଧରେ ଆଲୋକ ସଜ୍ଜା କରିବେ । ରାଜ୍ୟ ସ୍ତରୀୟ ସମାରୋହରେ ବହୁସଂଖ୍ୟାରେ ଯୋଗ ଦେବାକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନୁରୋଧ କରାଯାଉଛି ।

Share in top social networks!
Powered By Indic IME