ଭାରତୀୟ ଦଳରେ ସ୍ୱାଗତିକା

106_Swagatikaଚଳିତ ମାସର ଶେଷରୁ ଆରମ୍ଭ ହେଉଥିବା ବାଂଲାଦେଶ ମହିଳା କ୍ରିକେଟ ଦଳର ଭାରତ ଗସ୍ତ ଓଡିଶା କ୍ରିକେଟ ପାଇଁ ଆଉ ଏକ ଖୁସି ଖବର ନେଇ ଆସିଛି । ଓଡିଆ ଅଲରାଉଣ୍ଡର ସ୍ଵାଗତିକା ରଥ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି । ମାଧରି ମେହତା ଓ ରୋସନାରା ପରବୀନ ଙ୍କ ପରେ ତୃତୀୟ ଓଡିଶା ଖେଳାଳି ଭାବେ ସ୍ଵାଗତିକା ଆନ୍ତର୍ଜାତୀୟ ପଦାର୍ପଣ କରିବାକୁ ଯାଉଛନ୍ତି । ବାଂଲାଦେଶ ବିପକ୍ଷ ଉଭୟ ଟି 20 ଏବଂ ଦିନିକିଆ ସିରିଜ ପାଇଁ ସ୍ଵାଗତିକା ଭାରତୀୟ ସିନିୟର ଦଳରେ ସୁଯୋଗ ପାଇଛନ୍ତି । ଚଳିତ ମାସ ଶେଷ ସପ୍ତାହରେ ଭାରତ ଆସି ବାଂଲା ଦଳ ମାର୍ଚ୍ଚ ୩୧ ରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ବରୋଦା ଏବଂ ଅହମ୍ମଦାବାଦରେ ଟି୨୦ ଓ ଦିନିକିଆ ସିରିଜିର ଆୟୋଜନ କରାଯିବ ।

Share in top social networks!
Powered By Indic IME