ମାଟ୍ରିକ ପରୀକ୍ଷାରେ ବିଫଳ ପରେ ଆତ୍ମହତ୍ୟା

ଗତକାଲି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ପରୀକ୍ଷାରେ ଫେଲ ହୋଇଥିବା ଜାଣିବା ପରେ ୭ ଜଣ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଯାଜପୁର ଜିଲ୍ଲାରେ ସର୍ବାଧିକ ୩ ଜଣ ଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ କେନ୍ଦ୍ରାପଡ଼ା, କନ୍ଧମାଳ, ଗଞ୍ଜାମ ଓ ଭଦ୍ରକର ଜଣେ ଲେଖାଏ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସେହିପରି ଫେଲ ଖବର ପାଇ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ଡାକ୍ତରକ୍ଷଣରେ ଭର୍ତ୍ତି ହୋଇଛନ୍ତି।  

 

Share in top social networks!