ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦେଶ :ପ୍ରତିହାରୀ ନିଯୋଗ କାର୍ଯ୍ୟଳୟ ଭାଙ୍ଗିବ

odhcnijogପୁରୀ ଶ୍ରୀ ମନ୍ଦିର ପାର୍ଶ୍ଵରେ ଥିବା ପ୍ରତିହାରୀ ନିଯୋଗ କାର୍ଯ୍ୟଳୟ ଗୃହର କିଛି ଅଂଶ ଭାଙ୍ଗି ଦେବା ପାଇଁ ହାଇକୋର୍ଟ ଆଜି ଅନ୍ତରୀଣ ନିର୍ଦେଶ ଦେଇଛନ୍ତି । ଶ୍ରୀ ମନ୍ଦିର ପଟୁ ସିଂହଦ୍ଵାରର ବାମପାର୍ଶ୍ୱରେ ଥିବା ସିଂହଠାରୁ ୧୦ଫୁଟ୍ ,ଗୁମୁଟଠାରୁ ୧୦ଫୁଟ୍ ଏବଂ ମେଘନାଦ ପାଚେରି ଠାରୁ ୧୦ଫୁଟ୍ ପର୍ଯ୍ୟନ୍ତ ପ୍ରତିହାରୀ ନିଯୋଗ କାର୍ଯ୍ୟଲାୟର ନିର୍ମାଣ ଅଂଶ ଭାଙ୍ଗି ଦିଆଯିବ । ନିର୍ଦ୍ଧାରିତ ସ୍ଥାନ ଠାରୁ ୧୦ଫୁଟ୍ ଦୂରରେ ନିର୍ମାଣ ଅଂଶ ରହିବ । ସେହିପରି ୩ ମହଲା ବିଶିଷ୍ଟ ଏହି କାର୍ଯ୍ୟଳୟର ଉଚ୍ଚତାକୁ ୫ମିଟରକୁ କମାଇଦେବାକୁ ମଧ୍ୟ ଅଦାଲତ ଆଦେଶ ଦେଇଛନ୍ତି ।

ଫଳରେ ଏହି ଗୃହ ପ୍ରାୟ ଏକ ମହାଳାକୁ ଖସି ଆସିବ । ଏଭଳି ପରିସ୍ଥିତିରେ ଯଦି ସେଠାରେ କାର୍ଯ୍ୟଳୟ କରିବା ସମ୍ଭବପର ନ ହୁଏ ତେବେ କାର୍ଯ୍ୟଳୟ ପାଇଁ ଅନ୍ୟତ୍ର ଜାଗା ଦେବାକୁ ଶ୍ରୀମନ୍ଦିର ପ୍ରଶାସକଙ୍କ ନିଯୋଗ ପକ୍ଷରୁ ଆବେଦନ କରାଯାଇପାରିବ ଓ ମୁଖ୍ୟ ପ୍ରଶାସକ ଏ ନେଇ ଆବଶ୍ୟକ ନିଷ୍ପତି ନେଇପାରିବେ ବୋଲି ମଧ୍ୟ ହାଇକୋର୍ଟ ତାଙ୍କ ଅନ୍ତରୀଣ ନିର୍ଦେଶରେ ସ୍ପଷ୍ଟ କରିଛନ୍ତି । ଦାଏର ହୋଇଥିବା ଏକ ମାମଲା ର ବିଚାର କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସି. ନାଗାପ୍ପନ ଓ ଜଷ୍ଟିସ୍ ପ୍ରଦୀପ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡ ପିଠା ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ସିଂହ ଦ୍ଵାରା ପାର୍ଶ୍ଵରେ ଥିବା ଶ୍ରୀମନ୍ଦିର ଜାଗାରେ ଥିବା ପ୍ରତିହାରୀ ନିଯୋଗର ତିନି ମହଲା ଘର ଭାଙ୍ଗି ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତିକୁ ବିରୋଧକରି ନିଯୋଗ ହାଇକୋର୍ଟରେ ଏହି ମାମଲା ଦାଏର କରିଥିଲା । ମାମଲାର ବିବରଣୀ ଅନୁସାରେ ,ସିଂହଦ୍ଵାର ପାର୍ଶ୍ଵରେ ଥିବା ୩ ମହଲା ଘରକୁ ପ୍ରତିହାରୀ ନିଯୋଗ ଦୀର୍ଘ ବର୍ଷ ହେଲାଣି ବ୍ୟବହାର କରିଆସୁଛି ।

ଅନୁଷ୍ଠିତ ପକ୍ଷରୁ ଏଠାରେ ବେଦ ପାଠ ଓ ଅନ୍ୟାନ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ତେବେ ନିଯୋଗ କାର୍ଯ୍ୟଳୟ ଗୃହା ଯୋଗୁଁ ମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଥିବା ,ସିଂହଦ୍ଵାର ମରାମତି ବାଧାପ୍ରାପ୍ତ ହେଉଥିବା ତଥା ଶ୍ରଦ୍ଧାଳୁମାନେ ବେଢା ପରିକ୍ରମା କରିବାରେ ବାଧା ସୃଷ୍ଟି ହେଉଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଭିଯୋଗ କରାଯାଇଥିଲା । ତେଣୁ ଏହି ଗୃହକୁ ଭାଙ୍ଗିଦେବା ପାଇଁ ମନ୍ଦିର ପ୍ରଶାସନ ଗତବର୍ଷ ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେଷଣ ସଂସ୍ଥା କୁ କହିଥିଲେ । ତେବେ ମନ୍ଦିର ପ୍ରଶାସନ ର ଏପରି ନିଷ୍ପତିକୁ ବିରୋଧ କରି ପ୍ରତିହାରୀ ନିଯୋଗ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା । ଆଜି ମାମଲାର ଶୁଣାଣି ହୋଇଥିଲା ।

କାର୍ଯ୍ୟଳୟ ଗୃହକାରଣରୁ ସିଂହଦ୍ଵାର ଗୁମୁଟ ମରାମତିରେ ବାଧା ସୃଷ୍ଟି ହେଉଥିବା କଥା ଏ ଏସ୍ଆଇ ପକ୍ଷରୁ ଯୁକ୍ତି ଦରସାଜାଇଥିଲା । ସବୁପକ୍ଷକୁ ଶୁଣିବା ପରେ ହାଇକୋର୍ଟ ଆଜି ଅନ୍ତରୀଣ ନିର୍ଦେଶନାମା ଜାରିକରିବା ସହ ନିଯୋଗ କାର୍ଯ୍ୟଳୟ କିଛି ଅଂଶ ଭାଙ୍ଗିଦେବାକୁ ନିର୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୨୯ତାରିଖ ରେ ଏଥିପାଇଁ ମାପଚୁପ କରିବାକୁ ଅଦାଲତ ଆଦେଶ ଦେଇଛନ୍ତି । ସେହିଦିନ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟଳୟ ରେ ସମସ୍ତ ପକ୍ଷ ଉପସ୍ଥିତ ରହିବେ ଓ ମାପଚୁପରେ ସହଯୋଗ କରିବେ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଇନିଜୀବି ବିଶ୍ଵନାଥ ରଥ ମାମଲା ପରିଚାଳନା କରୁଥିଳୀ । ଏଏସ୍ଆଇ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶକ୍ତିଧର ଦାସ,ଆବେଦନ କାରୀଙ୍କ ପକ୍ଷରୁ ବରିଷ୍ଠ ଆଇନ ଜୀବି ରାମାକାନ୍ତ ମହାନ୍ତି ,ସରକାରଙ୍କ ପକ୍ଷରୁ ଜ୍ୟୋତି ପଟ୍ଟନାୟକ ମାମଲାର ପରିଚାଳନା କରୁଥିଲେ ।

Share in top social networks!
Powered By Indic IME