ପ୍ରଖ୍ୟାତ ସାହିତ୍ୟିକ ଆଦିକବି ଓ ଦୁଇ ନୃତ୍ୟଗୁରୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

20 SARALA DAS STECHUE UNVELLING.ASHOKଓଡିଶା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଦୁଇ ପ୍ରଖ୍ୟାତ ଓଡିଶୀ ନୃତ୍ୟଗୁରୁ ପଙ୍କଜ ଚରଣ ଦାସ ଓ ଦେବ ପ୍ରସାଦ ଦାସଙ୍କ ର ଦୁଇ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଏବଂ ଭଞ୍ଜକଳାମଣ୍ଡପଠାରେ ଆଦି କବି ସାରଳା ଦାସଙ୍କର ପ୍ରତିମୂର୍ତ୍ତିକୁ ରାଜ୍ୟ ସଂସ୍କୃତି,ପର୍ଯ୍ୟଟନ ,ଯୋଜନା ଓ ସମନ୍ଵୟ ଏବଂ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ମହେଶ୍ଵର ମହାନ୍ତି ଉନ୍ମୋଚିତ କରିଛନ୍ତି ।

୪.୮ ଲକ୍ଷ ଟଙ୍କା ବ୍ୟାୟରେ ଗୁରୁ ପଙ୍କଜ ଚରଣ ଦାସଙ୍କୁ ବ୍ରୋଞ୍ଚ ପ୍ରତିମୂର୍ତ୍ତିଟିକୁ ଶ୍ରୀ ଅଶୋକ କୁମାର ବରାଳ ନିର୍ମାଣ କରିଥିବା ବେଳେ ୪.୭ଲକ୍ଷ ଟଙ୍କା ବ୍ୟୟରେ ଗୁରୁ ଦେବ ପ୍ରସାଦ ଦାସଙ୍କ ପ୍ରତିମୂର୍ତ୍ତିଟିକୁ ବି.କେ କଲେଜ ଅଫ୍ ଆର୍ଟ ଏଣ୍ଡ କ୍ରାଫ୍ଟସ୍ ର ଅଧ୍ୟାପକ ଜୟନ୍ତ ଦାସ ନିର୍ମାଣ କରିଛନ୍ତି । ସେହିପରି ଭଞ୍ଜକଳା ମଣ୍ଡପ ପରିସରରେ ପ୍ରତିଷ୍ଟିତ ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତିଟିକୁ ସରୋଜ ଭଞ୍ଜ ନିର୍ମାଣ କରିଛନ୍ତି ଏବଂ ଏଥିପାଇଁ ୨.୫ଲକ୍ଷ ଟଙ୍କା ବ୍ୟୟ କରାଯାଇଛି ।

ସ୍ଵାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାମୋଦର ରାଉତ ,ବିଧାୟକ ବିଜୟ ମହାନ୍ତି ,ବିଧାୟକ ଅଶୋକ ପଣ୍ଡା ,ମେୟର ଅନନ୍ତ ନାରାୟଣ ଜେନା,ପ୍ରମୁଖ ଶାସନ ସଚିବ ଅଶୋକ କୁମାର ତ୍ରିପାଠୀ ,ନିର୍ଦ୍ଦେଶକ ସୁଶୀଲ ଦାସ,ଯୁଗ୍ମ ନିର୍ଦ୍ଦେଶକ ବିଜୟ ନାୟକ,ଉପ ନିର୍ଦ୍ଦେଶକ ବି.ପି ରାୟ,ସୂଚନା ଅଧିକାରୀ ବରଦା ପ୍ରସନ୍ନ ଦାସ,ଅଧ୍ୟକ୍ଷା ଉତ୍କଳ ସଂଗୀତା ମହାବିଦ୍ୟାଳୟ,ବହୁ ନୃତ୍ୟ ଶିଳ୍ପୀ ଏବଂ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଏହି ଉତଦବରେ ଯୋଗ ଦେଇଥିଲେ ।

Share in top social networks!
Powered By Indic IME