ଗହୀରମଥାରେ ଆଲିଭ୍ ରିଡ୍ ଲେ ଙ୍କ ଗଣାଣ୍ଡାଦାନ

turtleeବିଶ୍ଵପ୍ରସିଦ୍ଧ ବିରଳ ଆଲିଭ୍ ରିଡ୍ ଲେ କଇଁଛଙ୍କ ଏନ୍ତୁଡିଶାଳ ଗହୀରମଥାରେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୧୮ତାରିଖ ସନ୍ଧ୍ୟାରୁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଶୀ-୧ ଓ ନିଶୀ-୨ରେ ଏହି ବିରଳ ଅଲିଭରିଡ଼ଲେ କଇଁଛ ଅଣ୍ଡାଦେବା ଆରମ୍ଭ କରିଛନ୍ତି । ୧୮ଓ୧୯ରେ ଏହି ଦୁଇ ଦିନରେ ନିଶୀ-୧ରେ ୨୦ହଜାର ଓ ନିଶୀ-୨ରେ ୨ଲକ୍ଷ ୧୨ହଜାର,ଏହିପରି ମୋଟ ୨ଲକ୍ଷ ୩୨ହଜାର ଅଲିଭରିଡ଼ଲେ କଇଁଛ ମୁହାଣର ବାଲୁକା ଶଯ୍ୟା ଉପରକୁ ଆସି ଅଣ୍ଡା ଦେଇଥିବା ପ୍ରାରମ୍ଭିକ ଗଣନାରୁଜଣାପଡିଛି ବୋଲି ରାଜନଗର ବନ୍ୟପ୍ରାଣୀ ତତ୍ତ୍ଯବଧାରକ ମନୋଜ ମହାପାତ୍ର ସୂଚନା ଦେଇଛନ୍ତି ।

ପ୍ରଥମ ଦିନରେ ୬୮ହଜାର କଇଁଛ ଅଣ୍ଡାଦେଇଥିବା ବେଳେ ୨ୟ ଦିନରେ ୧ଲକ୍ଷ ୬୪ହଜାର କଇଁଛ ଅଣ୍ଡାଦେଇଛନ୍ତି । ସୂର୍ଯ୍ୟାସ୍ତ ସମୟରୁ ଏହି ବିରଳ ଅଲିଭରିଡ଼ଲେ କଇଁଛ ଦଳଦଳ ହୋଇ ବାଲୁକା ସଜ୍ୟା କୁ ଉଠି ସୂର୍ଯ୍ୟଉଦୟ ପର୍ଯ୍ୟନ୍ତ ଗଣ ଅଣ୍ଡାଦାନ ପ୍ରକ୍ରିୟା ଜାରି କରୁଛନ୍ତି । ଚଳିତ ବର୍ଷ ପ୍ରଥମ କରି ଗତକାଲି ପ୍ରାୟ ୧୨ହଜାର କଇଁଛ ଗଣଅଣ୍ଡା ଦାନ ପ୍ରକ୍ରିୟାରେ ସାମିଲ ହେବା ସମସ୍ତଙ୍କୁ ଚକିତ କରିଛି ।

କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବା ପରେ ଗହୀରମଥାର ନାଶୀ ଦୀପ ଠାରୁ ୨୦୦ମିଟର ଦୂରରେ ଥିବା ପ୍ରତିରକ୍ଷା ବିଭାଗର କ୍ଷେପାଣାସ୍ତ୍ରଘାଟିର ଉଜ୍ଜ୍ଵଳ ଆଲୋକ ବନ୍ଦ କରାଯାଇଛି । ବିରଳ କଇଁଛଙ୍କ ଅଣ୍ଡାଦେବା ପ୍ରକ୍ରିୟାକୁ ବନ ବିଭାଗ ପକ୍ଷରୁ ସୁରକ୍ଷା କଡାକଡି କରାଯାଇଛି । ୩ଟି ଟ୍ରଲର ଓ ୩ଟି ସପୋର୍ଟିଂ ବୋଟ୍ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବେଆଇନ ଟ୍ରଲର ଚଳାଚଳ ଓ ଜଳଦସ୍ୟୁଙ୍କ ଉପର ତିଖଣ ନଜର ରଖିଛନ୍ତି । ରାଜନଗର ବନ୍ୟାପ୍ରାଣୀ ତତ୍ତ୍ଵାବଧାରକ ମନୋଜ ମହାପାତ୍ର ଓ ଗଦାଧର ପାତ୍ର ଅଣ୍ଡା ଦେବା ସ୍ଥାନରେ ରହି କଇଁଛ ସୁରକ୍ଷା ପ୍ରତି ଦୃଷ୍ଟି ରଖିଛନ୍ତି ।

Share in top social networks!
Powered By Indic IME