ପେଟ୍ରୋଲ ଦର କମିଲା, ଏବେ ଲିଟରକୁ ୬୮.୦୯

ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ୯୩ ପଇସା କମିଛି। ଫଳରେ ଲିଟର ପିଛା ପେଟ୍ରୋଲ ଦାମ ୭୧ ଟଙ୍କା ୦୨ ପଇସାରୁ ୬୮ ଟଙ୍କା ୦୯ ପଇସାକୁ ଖସିଆସିଛି। ପୂର୍ବରୁ ଏଇ ମାସ ୩ ତାରିଖରେ ତେଲ କମ୍ପାନୀ ଗୁଡ଼ିକ ଲିଟର ପିଛା ପେଟ୍ରୋଲ ଦର ୨ ଟଙ୍କା ୦୨ ପଇସା ହ୍ରାସ କରିଥିଲେ।

ଗତ ମାସରେ ପେଟ୍ରୋଲ ଦର ଲିଟର ପିଛା ରେକର୍ଡ ୭ ଟଙ୍କା ୫୪ ପଇସା ବୃଦ୍ଧି ଘଟିଥିଲା। ତେବେ ଆଜିର ମୂଲ୍ୟ ହ୍ରାସ ପରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ଆହୁରି ୧ ଟଙ୍କା କମିବାର ସୁଯୋଗ ରହିଛି ବୋଲି କୁହାଯାଉଛି। ଜୁନ ମାସର ପ୍ରଥମ ୧୫ ଦିନରେ ଅଶୋଧିତ ତୈଳ ଦର ଆନ୍ତର୍ଜାତୀୟ ବଜାରରେ ଯାହା ରହିଥିଲା ତାହାକୁ ଆଧାର କରି ବର୍ତ୍ତମାନର ହ୍ରାସ କରାଯାଇଥିବାରୁ ଏହି ଆଶା କରାଯାଉଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ହାରାହାରି ମୂଲ୍ୟ ବ୍ୟାରେଲ ପିଛା ୧୦୬ ଟଙ୍କା  ୯୩ ପଇସା ଡଲାରରେ  ହିସାବ କରାଯାଇ ଏହି ହ୍ରାସ କରାଯାଇଛି। କିନ୍ତୁ ଏହା ମଧ୍ୟରେ ଅଶୋଧିତ ତୈଳରେ ମୂଲ୍ୟ ୯୭-୯୮ ଡଲାର ସ୍ତରକୁ ଖସିଛି।

Share in top social networks!
Powered By Indic IME