ହରିରାଜପୁର ଅଞ୍ଚଳରୁ ମିଳିଥିବା କଙ୍କାଳ ୪ ହଜାର ବର୍ଷ ତଳର: ଉତ୍କଳ ବିଶ୍ୱବିଦ୍ୟାଳୟ ନୃତତ୍ଵବିଭାଗ

17 SKLETON PRESS CONFERENCE (2) (1)ଦେଲାଙ୍ଗର ହରିରାଜପୁର ବଅଙ୍ଗ ନିକଟରୁ ମିଳିଥିବାଥିବା ନରକଙ୍କାଳ ପାଖାପାଖି ୪ ହଜାର ବର୍ଷ ତଳର ବୋଲି ଉତ୍କଳବିଶ୍ଵବିଦ୍ୟାଳୟ ବାଣୀବିହାର ନୃତତ୍ଵବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ଏ ସମ୍ପର୍କରେ ସୂଚନାଦେଇ ନରକଙ୍କାଳ ବିଶେଷଜ୍ଞ ସୁବାସ ୱାଲିମବେଗ ଓ ପ୍ରଫେସର କିଶୋରକୁମାର ବସା କହିଲେ ଯେ ବଅଙ୍ଗ ଅଞ୍ଚଳରୁ ଉଧାର ହୋଇଥିବା ନରକଙ୍କାଳ ଜଣେ ପୁରୁଷର ବୋଲି ଜଣାପଢିଛି ।

କଙ୍କାଳ ତିର ଉଚ୍ଚତା ୫ ଫୁଟ ୭ ଇଞ୍ଚ ରହିଥିବାବେଳେ ଏହା ଜଣେ ୩୫ ରୁ ୪୦ ବର୍ଷର ଯୁବକ ବୋଲି ପ୍ରକାଶ କରାଯାଇଛି । ବିଶେଷ କରି ଏହି କଙ୍କାଳଟି ତାମ୍ର ପ୍ରସ୍ତର ଯୁଗର ଓ ଯୁବକ ଜଣକ ସ୍ଵାଭାବିକ ଭାବେ ମୃତ୍ୟୁବରଣ କରିଥିଲେ ବୋଲି ସେମାନଙ୍କ ପକ୍ଷରୁ ପ୍ରକାଶ କରାଯାଇଛି ।

ତେବେ ଏହି ଯୁବକଙ୍କର ବାମହାତ ହାଡଟି ଭାଙ୍ଗିଯାଇଥିଲା । ତେବେ ପ୍ରକୃତିକ ଚିକିତ୍ସା ହେତୁ ଏହା ଯୋଡି ହୋଇଯାଇଥିଲା । ତେବେ ପାଦ ଦୁଇଟିକୁ କାଟି ନିଆଯାଇଥିବା ଜଣାପଡିଛି । ତେବେ ଏହି କଙ୍କାଳ ଉପରେ ଅଧିକ ତଦନ୍ତ କରିବା ପାଇଁ କଙ୍କାଳର ଦାନ୍ତକୁ ଡ଼ିଏନଏ ପରୀକ୍ଷା କରିବା ପାଇଁ ହାଇଦ୍ରାବାଦ ଏବଂ ଭଙ୍ଗାହାଡର ଏକ୍ସରେ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

Share in top social networks!
Powered By Indic IME