ଖଞ୍ଜଣି ,କୱାଲିରେ ଭକ୍ତିଅର୍ପଣ

ଭୁବନେଶ୍ଵର ମ୍ୟୁଜିକ୍ ସର୍କଲର ୫୦ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ତିନିଦିନ ଧରି ଅନୁଷ୍ଠିତ ଭଜନ ସନ୍ଧ୍ୟା ‘ସମର୍ପଣ’ ଆଜି ଉଦ୍ ଯାପିତ ହୋଇଯାଇଛି । ଓଡିଶା ପର୍ଯ୍ୟଟନ ବିଭାଗର ମିଳିତ ଆନୁକୁଲ୍ୟରେ ଆୟୋଜିତ ଶେଷ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ବିଲୁପ୍ତ ଭକ୍ତି ଲୋକକଳା ଖଞ୍ଜଣି ଭଜନ । ଜୋରନ୍ଦାର ମହିମା ଆଶ୍ରମରୁ ଆସିଥିବା ଅପର ସନ୍ୟାସୀମାନେ ଖଞ୍ଜଣିର ତାଳେତାଳେ ଭୀମ ଭୋଇଙ୍କ ଆଧ୍ୟାତ୍ମିକ ପଂକ୍ତି ଗୁଡିକ ସୁଲଳିତ କଣ୍ଠରେ ପରିବେଷଣ କରି ଦର୍ଶକଙ୍କୁ ବିମୁଗ୍ଧ କରିଥିଲେ ।

କାଳଜୟୀ ଭକ୍ତି ଗୀତ ‘ବିଶ୍ଵ ଜୀବନ ହେ ଚିନ୍ମୟ ମହିମା ସାଗର …, ‘ଅନାଦି ଅଲେଖ ବ୍ରହ୍ମ ତୁମ୍ଭେ ରଖ ତୁମ୍ଭ ଧର୍ମ … ଭଳି ଖଞ୍ଜଣି ଭଜନ ସଙ୍ଗୀତ ପରିବେଷଣ କରିଥିଲେ । ମହିମା ଧର୍ମର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଏହି ସଙ୍ଗୀତ ପରିବେଷଣ ଆଜି ଭକ୍ତ ଓ ଭଗବାନଙ୍କ ମିଳନର ପରିବେଶ ସୃଷ୍ଟି କରିଥିଲା । ପରେ ଅମ୍ ଜଦ ଅଜିଜ ଅହମ୍ମଦ ଖାନ୍ ୱାରିସ ଓ ଆସାଦ ଜହେର ଅହମ୍ମଦ ଖାନ ୱାରିସ ସାଥୀଗଣଙ୍କ ମିଳିତ ପରିବେଷଣରେ ଆରମ୍ଭ ହୋଇଥିଲା ସୁଫି କବାଲି ।

‘ମନ୍ କନ ତୋ ମୌଲା … ଓ ନେଇନା ମିଳାକେ …. ଭଳି କୱାଲି ସଂଗୀତକୁ ଆରବୀ,ହିନ୍ଦୀ,ଉର୍ଦୁ ଓ ପାର୍ସି ଭାଷାରେ ଗାନ କରିଥିଲେ । ସୁଫି ସଙ୍ଗୀତରେ ‘ଦମାଦମ ମସ୍ତକାଲେନ୍ଦର … ଗଜଲ କ୍ରମରେ ମେରି କଚଲେ ସେ ପହେଲେ … ଏବଂ ଦେଶାତ୍ମୋକ ସଙ୍ଗୀତ ରେ ‘ଇଣ୍ଡିଆ ଭାରତ ହିନ୍ଦୁସ୍ଥାନ …. ପେକ୍ଷାଳୟକୁ ପ୍ରାଣବନ୍ତ କରିଥଲା । ଏହି ଅବସରରେ ବିଶିଷ୍ଟ କବି ଡ. ସୀତାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗଦେଇଥିବା ବେଳେ ମ୍ୟୁଜିକ ସର୍କଲର ଡି କେ ରାୟ,ଅରବିନ୍ଦ ବେହେରା ଓ କ୍ଷୀରୋଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME