୧୬ରୁ ଆରମ୍ଭ ହେବ ୩୫ଟି ଖଣିରେ ସରଜମିନ୍ ଯାଞ୍ଚ

ଲିଜ୍ ଏରିଆ ଭିତରେ ବି ଯଦି ମୂଳ ମାଇନିଙ୍ଗ ପ୍ଳାନ ଅନୁସାରେ ବି ଖଣି ଲିଜ ଧାରୀମାନେ କାର୍ଯ୍ୟ କରି ନ ଥାନ୍ତି ଅଥବା କିଛି ଅଦଳବଦଳ କରିଥାନ୍ତି,ତାହାକୁ ଜବରଦଖଲ ବୋଲି ବିବେଚନା କରାଯିବ । ଶୁଣାଣି ଶେଷ କରି ଯିବା ପରେ ଜଷ୍ଟିସ୍ ଶାହ ପୁଣି ଏଭଳି ଏକ ସର୍ତ ଆରୋପ କରିଛନ୍ତି । ଯେଉଁସବୁ ଖଣି ସୀମା ସରଜମିନ ଯାଞ୍ଚ ହେବ,ସେ ସମୟରେ ଏ ସଂକ୍ରାନ୍ତରେ ମଧ୍ୟ ଅନୁଧ୍ୟାନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । କମିଶନଙ୍କ ଏଭଳି ନିର୍ଦ୍ଦେଶ ଏବେ ଖଣି ମାଲିକଙ୍କ ପାଇଁ ଘାତକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଆସନ୍ତା ୧୬ ତାରିଖରୁ ୩୫ଟି ଖଣିର ସରଜମିନ୍ ଯାଞ୍ଚ ହେବ ବୋଲି ଖଣି ବିଭାଗ ପକ୍ଷରୁ ପ୍ରକାଶ ପାଇଛି । ଖଣି ଦୁର୍ନୀତିର ତଦନ୍ତ କରୁଥିବା ଜଷ୍ଟିସ୍ ଏମ.ବି ଶାହା ଗତ ୨୭ ତାରିଖରୁ ୪ତାରିଖ ପର୍ଯ୍ୟନ୍ତ କରିଥିବା ଶୁଣାଣି ସମୟରେ ଡିଜିପିଏସ ରିପୋର୍ଟ ତ୍ରୁଟିପୂର୍ଣ୍ଣ ବୋଲି ଖଣି ମାଲିକ ଆପତ୍ତି କରିଥିଲେ । ଶୁଣାଣି ଶେଷ ସୁଦ୍ଧା ଓଡିଶା ଖଣି ନିଗମକୁ ଛାଡି ୩୫ଟି ଖଣିର ସରଜମିନ୍ ଯାଞ୍ଚ ପାଇଁ ସ୍ଥିର ହୋଇଥିଲା । ଏଥିପାଇଁ କମିଶନ ପୃଥକପୃଥକ ୫ଟି କମିଟି ଗଠନ କରିଥିଲେ । ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇ କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାସ୍ତର ରେ ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ପୃଥକ କମିଟି ଗଠନ କରିଛନ୍ତି । ଆସନ୍ତା ୧୪ ତାରିଖ ଦିନ ଖଣି ବିଭାଗ ସମ୍ପୃକ୍ତ କମିଟିରେ ଥିବା ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବେ ।

୧୬ତାରିଖରୁ ଖଣିଗୁଡିକର ଯାଞ୍ଚ କରାଯିବ । ଏହି ଯାଞ୍ଚ ପାଇଁ କମିଶନ ୧୦ସୂତ୍ରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି । କମିଶନଙ୍କ ଏହି ଫର୍ମୁଲା ଏବେ ମାଲିକଙ୍କର ତଣ୍ଟିରେ ପୁଣି ଥରେ କଣ୍ଟାସାଜିବ ବୋଲି କୁହାଯାଉଛି । ଜଙ୍ଗଲ ଜମି ଅଞ୍ଚଳରେ ଖନନ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରି ସେସବୁକୁ ମ୍ୟାପ ରେ ସ୍ଥାନିତ କରାଯିବ ବୋଲି କୁହାଯାଉଛି । ତେବେ ଭବିଷ୍ୟତରେ ଜେଭଳି ଆଉ ବିବାଦ ସୃଷ୍ଟି ନ ହୁଏ ,ସେଥିଲାଗି ଯାଞ୍ଚ ବେଳେ ଖଣି ଲିଜ୍ ଧାରି ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିକୁ ଉପସ୍ଥିତ ରହିବା ଲାଗି କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ,ଓଡିଶା ଖଣି ନିଗମର ୫ଟି ଖଣି ସାନି ଯାଞ୍ଚ ପାଇଁ କମିଶନ ରାଜି ହୋଇଥିଲେ ହେଁ ନିଗମ ତାର ସମସ୍ତ ଖଣିର ସାନି ଯାଞ୍ଚ ନିର୍ଦ୍ଧାରଣ ପାଇଁ କମିଶନଙ୍କ ମତାମତ ଲୋଡିଛି ।

Share in top social networks!
Powered By Indic IME