ଜାତୀୟ ବାତ୍ୟା ଆପଦ ପରିଚାଳନା ପ୍ରକଳ୍ପ( NCRMP)ର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା ବୈଠକ ।

01 CABINET MEETING SURYA PATRA ENTER.ASHOKଜାତୀୟ ବାତ୍ୟା ଆପଦ ପ୍ରଶମନ ପ୍ରକଳ୍ପ NCRMPକାର୍ଯ୍ୟକାରିତା ସମ୍ପର୍କରେ ମେଫେୟାର ହୋଟେଲଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଓ କାର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି ପ୍ରକଳ୍ପ କାର୍ଯ୍ୟରେ ରାଜ୍ୟ ତଥା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷର ସମ୍ପୃକ୍ତ ସମସ୍ତ ପଦାଧିକାରୀ ମାନେ ଉପସ୍ଥିତ ରହି ଏହାର ଅଗ୍ରଗତି ଏବଂ ବିଭିନ୍ନ ସମସ୍ୟା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏହି ବୈଠକରେ ଅଧ୍ୟକ୍ଷତା କରି କର୍ମଚାରୀ ମାନଙ୍କ ପ୍ରଶିକ୍ଷଣ,ଦକ୍ଷତା ଏବଂ ଜ୍ଞାନ ବୃଦ୍ଧି ସମ୍ପର୍କରେ ବିଶେଷ ଆଲୋକପାତ କରିବା ସଙ୍ଗେସଙ୍ଗେ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରାଯାଇ ଏହାର ଅଗ୍ରଗତିକୁ ତ୍ୱରାନ୍ୱିତ କରାଯିବା ସମ୍ପର୍କରେ ପରାମର୍ଶ ଦେଇଥିଲେ । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ର ମାନ୍ୟବର ସଦସ୍ୟ ଶ୍ରୀ ଭି.କେ ଦୁଗଲ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ ପ୍ରକଳ୍ପ କାର୍ଜ୍ୟକାରିତା ସମ୍ପର୍କରେ ବିଭିନ୍ନ ଲାଇନ ବିଭାଗ ସହଯୋଗିତାର ସହ କାର୍ଯ୍ୟ କରୁଛନ୍ତି । ଓଡିଶାରେ ନିର୍ମିତ ହେଉଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ଆପଦ କାଳ ବ୍ୟତୀତ ଅନ୍ୟ ସମୟରେ ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ (Multipurpose use)ହେଉଥିବା ବିଷୟକୁ ସେ ଖୁବ ପ୍ରଶଂସା କରିଥିଲେ ।

ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA)ମାନ୍ୟବର ସଦସ୍ୟ କେ. ଏମ .ସିଂ ଏହାର ସବିଶେଷ କାର୍ଯ୍ୟ ଏବଂ ଦାୟିତ୍ଵ ସମ୍ପର୍କରେ ଅବଗତ କରିଥିଲେ । ଷ୍ଟେଟ୍ ଡ଼ିଜାଷ୍ଟର ରେସପନ୍ସ ଫୋର୍ସ (SDRF) ମାଧ୍ୟମରେ କମ୍ୟୁନିଟି ପ୍ରସ୍ତୁତ ଏବଂ ବିଭିନ୍ନ ପ୍ରକାରର ବିପର୍ଯ୍ୟୟକୁ ପ୍ରତିହତ କରିବା ପାଇଁ ସର୍ବଦା ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) NCRMPର କାର୍ଯ୍ୟକାରିତା ଏବଂ ବର୍ତ୍ତମାନ ପରିସ୍ଥିତି ସମ୍ପର୍କରେ ପ୍ରୋଜେକ୍ଟର ମାଧ୍ୟମରେ ଉପସ୍ଥାପନ କରିଥିଲେ ।

ମଧ୍ୟାହ୍ନ ବିରତି ପରେ ସେଠାରେ ଅନୁଷ୍ଠିତ କର୍ମଶାଳାକୁ ରାଜସ୍ୱ ମନ୍ତ୍ରୀ ଶ୍ରୀ ପାତ୍ର ଉଦ୍ ଘାଟନ କରିଥିଲେ । ଆସନ୍ତାକାଲି ଜାତୀୟ ପରିଚାଳନା କର୍ତ୍ତୃପକ୍ଷ (NDMA)ର ମାନ୍ୟବର ସଦସ୍ୟଙ୍କର ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ରାଜ୍ୟ ସ୍ଵତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପ୍ରଦୀପ ମହାପାତ୍ର ସ୍ଵାଗତ ଭାଷଣ ଦେଇଥିଲେ ଜଳସଂପଦ ବିଭାଗର ଶାସନ ସଚିବ ସୁରେଶ କୁମାର ମହାପାତ୍ର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ NIDM ର ପ୍ରଫେସର ସନ୍ତୋଷ କୁମାର ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ପଦାଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME