ବିଜୁପଟ୍ଟନାୟକ ବିମାନ ବନ୍ଦର ନୂଆଟର୍ମିନାଲ ଉଦ୍ ଘାଟିତ

05 BIJU PATNAIAK NEW TURMINAL INAGURATION (4)ବିଯୁପଟ୍ଟନାୟକ ବିମାନ ବନ୍ଦରକୁ ଯଥାଶୀଘ୍ର ଅଧିକରୁ ଅଧିକ ଆନ୍ତର୍ଜାତୀୟ ବିମାନ ଯେପରି ଆସିବା ଶେଠୀ ପାଇଁ ସରକାର ପୁରା ତତ୍ପର । ଆସନ୍ତା ଦୁଇ ମାସ ମଧ୍ୟରେ ପୁରୁଣା ଟର୍ମିନାଲକୁ ଆନ୍ତର୍ଜାତୀୟ ସ୍ତରର ଟର୍ମିନାଲ ବନାଇବାକୁ ଉଦ୍ୟମ ଆରମ୍ଭ ହୋଇଥିବାବେଳେ ଏବେ ଯେଉଁ ଆନ୍ତର୍ଜାତୀୟ ବିବାନ ଭୁବନେଶ୍ଵରସ୍ଥିତ ବିଜୁପଟ୍ଟନାୟକ ବିମାନ ବନ୍ଦର ଦେଇ ଜୀବ ସେଗୁଡିକର ଇନ୍ଧନ ଉପରେ ୧୫ପ୍ରତିଶତ ଭାଟ୍ କମାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।ବର୍ତ୍ତମାନ ଆନ୍ତର୍ଜାତୀୟ ବିମାନ ଗୁଡିକ ବିଭିନ୍ନ ବିମାନ ବନ୍ଦରରେ ଇନ୍ଧନ ବାବଦକୁ ୨୦ପ୍ରତିଶତ ଭାଟ୍ ଦେଉଥିବା ବେଳେ ଭୁବନେଶ୍ଵର ବିମାନ ବନ୍ଦରରେ ମାତ୍ର ୫ ପ୍ରତିଶତ ଭାଟ୍ ଦେବେ ।

ସେହିପରି ଭବିଷ୍ୟତରେ ଯେଉଁ ଘରୋଇ ବିମାନ ଭୁବନେଶ୍ଵର ବିମାନ ବନ୍ଦର ସମେତ ରାଜ୍ୟର ଅନ୍ୟ ଏକ ବିମାନ ବନ୍ଦରକୁ ଛାଇଁବ ସେମାନଙ୍କ ପାଇଁ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଆଜି ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦର ର ନୂତନ ଘରୋଇ ଟର୍ମିନାଲକୁ କେନ୍ଦ୍ର ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ ଅଜିତ ସିଂ ଉଦ୍ ଘାଟନ କରିଥିଲେ । ଆୟୋଜିତ ଏହି ଉତ୍ସବରେ ଶ୍ରୀ ସିଂ କହିଲେ ଯେ ବହୁ ଶିଳ୍ପାନୁଷ୍ଠାନ ଏବେ ଓଡିଶାର ମୁହଁ।ଝାରସୁଗୁଡା ଠାରେ ବିମାନ ବନ୍ଦର ପାଇଁ ଜମି ଅଧିଗ୍ରହଣ ଚାଲିଥିବା ବେଳେ ରାଜ୍ୟସରକାର ଯେତେଶୀଘ୍ର ସମସ୍ତ ଜମି ଯୋଗାଇଦେବେ ଆମେ ସେତେ ଶୀଘ୍ର ସେଠାରେ ନୂତନ ବିମାନ ବନ୍ଦର କରିବୁ ।

ଆସନ୍ତା ୨ମାସ ମଧ୍ୟରେ ଭୁବନେଶ୍ଵର ସ୍ଥିତ ବିମାନ ବନ୍ଦରକୁ ଆନ୍ତର୍ଜାତୀୟ ବିମାନ ବନ୍ଦର ମାନ୍ୟତା ଦିଆଯାଇପାରେ ବୋଲି ସେ କହିଥିଲେ । ଏଥିରେ ରାଜ୍ୟପାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ ଓଡିଶାର ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ଜୟନ୍ତୀରେ ଏହି ନୂଆ ଟର୍ମିନାଲ ଉଦ୍ ଘାଟନ ହେବା ଅତ୍ୟନ୍ତ ଶୁଭ ପ୍ରଦ । ଉତ୍ସବରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ନୂତନ ଟର୍ମିନାଲ ନିର୍ମାଣ ପାଇଁ ୮୧୬ଏକର ଏବଂ ପାର୍କିଂ ଓ ରାସ୍ତା ପାଇଁ ୧୯ଏକର ଜମି ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ବେଳେ ଆସନ୍ତା ଦିନରେ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଙ୍କୁ ୩.୨୫୭ ଏକର ଜମି ଯୋଗାଇଦିଆଯିବ ।

ସେହିପରି ୨୦୦୯ ପରଠାରୁ ସାରା ଭାରତରେ କାର୍ଗୋ ବୃଦ୍ଧି ହାର ୭.୪୪ ପ୍ରତିଶତ ଥିବାବେଳେ ଭୁବନେଶ୍ଵର ବିମାନ ବନ୍ଦର ରେ ୧୦.୫୭ପ୍ରତିଶତ ବୃଦ୍ଧିପାଇଛି । ଉତ୍ସବରେ ସାଂସଦ ପ୍ରସନ୍ନ ପାଟଶାଣୀ,ମେୟର ଅନନ୍ତ ନାରାୟଣ ଜେନା,ଭୁବନେଶ୍ଵର ଏକାମ୍ର ବିଧାୟକ ଅଶୋକ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ।