ସଙ୍ଗମା ଓ ପ୍ରଣବଙ୍କ ପ୍ରାର୍ଥୀପତ୍ର ଦାଖଲ ଆଜି

ଆସନ୍ତା ଜୁଲାଇ ୧୯ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଜପା ସମର୍ଥିତ ବିଜେଡି-ଏଆଇଏଡିଏମକେ ପ୍ରାର୍ଥୀ ପି॰ଏ॰ ସଙ୍ଗମା ଏବଂ ଉପା ପ୍ରାର୍ଥୀ ପ୍ରଣବ ମୁଖାର୍ଜୀ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ। ୬୪ ବର୍ଷୀୟ ସଙ୍ଗମା ଅପରାହ୍ନ ୨ଟା ବେଳେ ପ୍ରାର୍ଥୀପତ୍ର ଦାଖଲ କରିବେ। ତାଙ୍କ ସହ ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିବେ ବୋଲି ଜଣାପଡ଼ିଛି। ସେହିଭଳି ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ କଂଗ୍ରେସ ଅଧ୍ୟକ୍ଷ୍ୟା ସୋନିୟା ଗାନ୍ଧୀଙ୍କ ଉପସ୍ଥିତିରେ ୭୭ ବର୍ଷୀୟ ପ୍ରଣବ ପୂର୍ବାହ୍ନ ୧୧ଟାରେ ପ୍ରାର୍ଥୀପତ୍ର ଦାଖଲ କରିବେ।    

 

Share in top social networks!