ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଝାରସୁଗୁଡା ଗ୍ରସ୍ତ

tn_10-2-2013=4ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପଶ୍ଚିମ ଓଡିଶା ତୋଫାନୀ ଗ୍ରସ୍ତ ଜାରି ରଖିଛନ୍ତି । ପୂର୍ବରୁ ସମ୍ବଲପୁର ଜିଲ୍ଲାର ବୁର୍ଲା,ରେଢାଖୋଲ,ନାକ୍ଟିଦେଉଳରେ ଅନେକ ପ୍ରକଳ୍ପର ଭୂମିପୂଜା ଓ ଲୋକାର୍ପଣ କରିଥିଲେ । ଆଜି କୁଚିଣ୍ଡା ଓ ଜମନକିରା ବ୍ଲକ ଅଞ୍ଚଳରେ ବି ଅନେକ ପ୍ରକଳ୍ପ ପାଇଁ ଭୂମିପୂଜା ଓ ଉଦ୍ ଘାଟନ କରିଥିଲେ ।

ଏଥିସହ ମୁଖ୍ୟମନ୍ତ୍ରୀ ଝାରସୁଗୁଡାରେ ବି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । କୁଚିଣ୍ଡା କୁଣ୍ଡାପୋଷି ଫୁଟବଲ ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ପକ୍ଷରୁ ଆୟୋଜିତ ବିଶାଳ ସାଧାରଣ ସଭାରେ ଉଦ୍ ବୋଧନ ଦେଇ କହିଲେ ,ତାଙ୍କ ସରକାର କୃଷି ଓ କୃଷକଙ୍କ ପାଇଁ ଅନେକ କିଛି କାମ କରୁଛି । ସେ କୁଚିଣ୍ଡାରେ ମାନସିକ ଭିନ୍ନକ୍ଷମ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଅରୁଣଦୋୟ ସ୍କୁଲ ଉଦ୍ ଘାଟନ କରିଥିଲେ । ଜିଲ୍ଲାସଭାପତି ରୋହିତ ପୂଜାରୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ,ଏସ୍ ଡିଏ ଅଧ୍ୟକ୍ଷ ବିଜୟ ମହାନ୍ତିଙ୍କ ବକ୍ତବ୍ୟ ପରେ ମୁଖ୍ୟମନ୍ତ୍ରୀ ଉଦ୍ ବୋଧନ ଦେଇଥିଲେ । ଏଥିସହ କୁଚିଣ୍ଡା ସହରର ଦୁଇ ପାର୍ଶ୍ଵରେ ପ୍ରବାହିତ ଭେଡ଼େନ ଓ ଖର୍ଲା ନଦୀରେ ୧୦ଟି ବ୍ରିଜ ତଥା ବ୍ୟାରେଜ ନିର୍ମାଣ କରାଯାଇ କୁଚିଣ୍ଡା ସହର ସହିତ ଗ୍ରାମଗୁଡିକୁ ସଂଯୋଗ କରିବା ଏବଂ ଜଳସେଚନ ସୁବିଧା ପାଇଁ ବୁଦୁଲାପାଲି ଠାରେ ପ୍ରଥମ ୨୧୭୮ ବର୍ଗ କିମି ବିଶିଷ୍ଟ ଏକ ଆନିକଟ ର ଭିତ୍ତି ପ୍ରସ୍ଥରସ୍ଥାପନ କରିଛନ୍ତି ।

ଏହାର ଉଚ୍ଚତା ୩ ମିଟର ଓ ୪ହଜାର ମିଟର ଲମ୍ବ ଜଳ ଧାରଣ କ୍ଷମତା ହେବ । ଏଥିପାଇଁ ୧୪ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ମୁଖ୍ୟମନ୍ତ୍ରୀ ପୂର୍ବରୁ ମଧ୍ୟ ଜମନିକାରେ ବି ଏକ ଦମକଳ କେନ୍ଦ୍ର ପାଇଁ ଶିଳା ନ୍ୟାସ କରିଥିଲେ । ପରେ ୩୨୩.୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ତୁଲୁବ ସେତୁର ଉଦ୍ ଘାଟନ କରିଥିଲେ । ବିଭାଗୀୟ ଅଧିକ୍ଷଣ ଜନ୍ତ୍ରୀ ସୁରେଶ ପୁରୋହିତ,ନିର୍ବାହୀ ଜନ୍ତ୍ରୀ ଦାମୋଦର ସାହୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ । ଶେଷରେ ବ୍ଲକ ଅଫିସ ପରିସରରେ ୨୫ଲକ୍ଷଟଙ୍କା ବ୍ୟୟରେ ନିର୍ମିତ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବାକେନ୍ଦ୍ରର ଉଦ୍ ଘାଟନ କରିଥିଲେ । ବିଡିଓ ମାଇକେଲ ଟିଗା ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ ।

Share in top social networks!
Powered By Indic IME