ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଝାରସୁଗୁଡା ଗସ୍ତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ

tn_13-2-2013=1ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିବାବେଳେ ,ଅନେକ ପ୍ରକଳ୍ପର ଶୀଳାନ୍ୟାସ କରିଛନ୍ତି। ଆଜିସକାଳ ପ୍ରାୟ ୧୦ଟା୪୫ ମିନିଟ ସମୟରେ ଝାରସୁଗୁଡା ଏୟାର ଷ୍ଟ୍ରିପଠାରେ ଅବତରଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏସିଡି ଓ କଲୋନୀ ନିକଟରେ ଥିବା ସଏଲ ଟେଷ୍ଟିଙ୍ଗ ଲାବୋରାଟରୀକୁ ଉଦ୍ଘାଟନ କରିଥିଲେ । ପରେ ସେଠାରୁ ବାହାରି ଦିନ ୧୧ଟା ୧୦ ରେ ଏନଆଇଏଚଏମ ଯୋଜନାରେ ଅନ୍ତର୍ଗତ ଜିଲ୍ଲା ସୁପରସ୍ପେଶାଳିଷ୍ଟ ଡାକ୍ତର ଖାନା ନିର୍ମାଣ ପାଇଁ ଶୀଳାନ୍ୟାସ କରିଥିଲେ ।

ଉକ୍ତଡାକ୍ତରଖାନାଟି ଗରିବ ଲୋକଙ୍କୁ ସୁବିଧା ନିମନ୍ତେ ନିର୍ମାଣ କରାଯାଇଛି । ଯେଉଁଥିରେ ୩୦୦ ଟି ବେଡ୍ ଉପଲବ୍ଧ ରହିଥିବା ବେଳେ , ଏହାର ନିର୍ମାଣ କାର୍ଯ୍ୟ ୩୦ ମାସ ମଧ୍ୟରେ ସେସ କରାଯିବ ବୋଲି ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ କହିଥିଲେ । ସରକାର ଯେତେ ସମ୍ଭଜବା ଗରିବ ଲୋକଙ୍କୁ ସୁବିଧା ଯୋଗାଇ ଆସୁଛି । ଚଳିତ ବର୍ଷ ୧୧ହଜାର କୋଟି ଟଙ୍କାର ସ୍ଵତନ୍ତ୍ର କୃଷି ବଜେଟ ଆଗତ କରାଯାଇଛି । ଯାହା ଆମର ଦେଶରେ ଚାଷ ଓ ଚାଷୀ ମାନଙ୍କୁ ଅନେକ କ୍ଷେତ୍ର ରେ ଶଯ୍ୟା କରିବ ବୋଲି ସେ ଲୋକଙ୍କୁ କହିଛନ୍ତି । ଏହା ସହ ଆଜି ମଧୁ ବାବୁ ପେନସନ ଯୋଜନାରେ ୧୨୭ ଜଣ ହିତାଧି କାରୀଙ୍କୁ ଅର୍ଥ ପ୍ରଦାନ କରିଥିବା ବେଳେ , ୮ ଜଣଙ୍କୁ ହ୍ଵିଲ ଚେୟାର ଓ ୧୦୦ ଜଣଙ୍କୁ ଜାମଜି ପଟ୍ଟା ପ୍ରଦାନ କରାଯାଇଛି ।

ଉକ୍ତ ସଭାରେ ମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ଆରଡିସି ଏସ ଶ୍ରୀନିବାସ,ବ୍ରଜରାଜନଗର ବିଧାୟକ ଅନୁପ ସାହାଏ,ଝାରସୁ ଗଦା ବିଧାୟକ ନବ ଦାସ,ବରଗଡ ସାଂସଦ ସଞ୍ଜୟ ଭୋଇ , ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ହୋଇଥିଲେ । ଏହାକୁ ଆଖିରେ ରଖି ଜିଲ୍ଲାପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ସେଠାରେ ସଭା ସରିବା ପରେ ମନ୍ତ୍ରୀ ଝାରସୁଗୁଡା ପାହାଡି ମନ୍ଦିର ଠାରେ ଅରବାନ ଇମ୍ଫ୍ରାଷ୍ଟ୍ରକଚର ଡେଭେଲପମେନ୍ଟ ସ୍କିମ ଆଉ ସ୍ମଲ ଏଣ୍ଡ ମିଡିୟମ ଟାଉନ ଯୋଜନା ଅନ୍ତର୍ଗତ ପିଏଚଡ଼ି ୱାଟର ଟ୍ୟାଙ୍କର ଶିଳାନ୍ୟାସ କରିଥିଲେ । ସେଠାରୁ ଦେବାଡ଼ିହି ସେବାଶ୍ରମ ସ୍କୁଲକୁ ଯାଇ ୧୦୦ଶର୍ଯ୍ୟା ବିଶିଷ୍ଟ ଏକ ଏସଟି ବଏଜ ହଷ୍ଟେଲ ବିଲଡିଙ୍ଗ ର ଉଦ୍ ଘାଟନ କରିଥିଲେ । ପରେ ବ୍ରଜରାଜନଗର ଗୋଲେଇ ଛକଠାରେ ବିଯୁପଟ୍ଟନାୟକ ଙ୍କର ଏକ ପ୍ରତିମୂର୍ତ୍ତି ଉଦ୍ ଘାଟନ କରି ,ସ୍ଵିମିଂ ପୁଲ ଗ୍ରାଉଣ୍ଡ ଠାରେ ଲୋକଙ୍କୁ ଉଦ୍ ବୋଧନ ଦେଇ ଫେରିଥିବା ଜଣାପଡିଛି ।

Share in top social networks!
Powered By Indic IME