ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକରିବାର ନବୀନ ପଟ୍ଟନାୟକଙ୍କ ୧୩ବର୍ଷ ପୁରିଲା

tn_2-2-2013=4ବିଜେଡ଼ି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକରିବାକୁ ପୁରିଛି ୧୩ ବର୍ଷ । ଆଜିଠାରୁ ସେ ୧୪ ବର୍ଷରେ ପଦାର୍ପଣ କରିବେ । ୨୦୦୦ମସିହା ମାର୍ଚ୍ଚ ୫ରେ ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କଲେ ।ତେବେ ୧୩ ବର୍ଷ ମଧ୍ୟରେ ତାଙ୍କ ପାଇଁ କେତେକ କ୍ଷେତ୍ରରେ ଶୁଭ ହୋଇଥିବା ବେଳେ ଅନ୍ୟ କେତେକ ଘଟଣାକୁ ନେଇ ସେ ଚର୍ଚ୍ଚାରେ ଥିଲେ ।

ବିଶେଷ କରି ୨୦୧୨ ମସିହା ମେ ମାସ ୨୯ ତାରିଖରେ କ୍ଷମତା ହରଣକୁ ନେଇ ଘଟିଥିବା ଘଟଣା ଚଳିତ ଥର ସବୁଠାରୁ ଚର୍ଚ୍ଚାର ବିଷୟ ଥିଲା । ଚଳିତ ବର୍ଷ ପାଇଁ ରାଜ୍ୟରେ ମାଓ ହିଂସା ରୋକିବା ରେ ସଫଳ ହେବା,୧ଟଙ୍କିଆ ଚାଉଳ ପ୍ରଦାନ କରିବା ପାଇଁ ପଦକ୍ଷେପ,ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସାଇକେଲ ବଣ୍ଟନ,ଆଦିବାସୀମାନକୁ ଜମି ପଟ୍ଟା ବଣ୍ଟନ ଏବଂ ପ୍ରଥମ ଥର ପାଇଁ କୃଷି ବଜେଟ ଉପସ୍ଥାପନ କରି ସେ ତାଙ୍କର କାର୍ଯ୍ୟ କରି ଓଡିଶାବାସୀଙ୍କ ପ୍ରିୟା ହେବା ପାଇଁ ଚେଷ୍ଟା କରିଛନ୍ତି ।

ସେହିପରି ରାଜ୍ୟରେ ରହି ଥିବା ଚାଷୀ ମାନଙ୍କରସମସ୍ୟା,ଖଣି ଦୁର୍ନୀତି,କୋଇଲା ବ୍ଲକ ଦୁର୍ନୀତି ପରି ଘଟଣା କୁ ନେଇ ବିରୋଧୀ ଦଳ ପକ୍ଷରୁ ତାଙ୍କୁ ଏକ ପ୍ରକାର ହରଡଘଟଣା ରେ ପକାଇଥିଲା । ମେ ମାସ ୨୯ ତାରିଖ ରେ ଘଟିଥିବା ଘଟଣା ୧୩ବର୍ଷରେ ମୁଖ୍ୟ ମନ୍ତ୍ରୀ ହିସାବରେ ସବୁଠାରୁ ଚର୍ଚ୍ଚାର ବିଷୟ ଥିଲା ।

Share in top social networks!
Powered By Indic IME